Support

Breaking News

ରଙ୍ଗ ବଦଳୁଥିବା ପାହାଡ

ପୃଥିବୀ ଅନେକ ପାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ। ପୃଥିବୀରେ ଅନେକ ସ୍ଥାନ ରହିଛି, ଯାହା ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ନିର୍ମାଣଶୈଳୀ ପାଇଁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଭଳି ଏକ ସହର ହେଉଛି କାନାଡାର ଅଲବର୍ଟା ନିକଟସ୍ଥ ବାନଫ୍‌ ଆଭେ।
Colour changing Hill in Canada

ବାନଫ୍‌ ଆଭେ ସହର ଐତିହାସିକ ସ୍ଥାପତ୍ୟ କଳାର ଏକ ଉତ୍କୃଷ୍ଟ ନମୁନା। ଏଥିସହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ଲୋକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ସହରର ଠିକ୍‌ ମଧ୍ୟଭାଗ ସ୍ଥିତ ବାନଫ୍‌ ଆଭେନ୍ସ୍‌ ନାମକ ଏକ ପାହାଡ଼ ଏ ସ୍ଥାନର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରେ। ବାନଫ୍‌ ଆଭେ ସହରର ମଝିରେ ଥିବା ଏହି ପାହାଡ଼ର ବିଶେଷତ୍ୱ ହେଉଛି, ସବୁ ଋତୁରେ ଏହାର ରଙ୍ଗ ବଦଳିଥାଏ।

ଶୀତଋତୁରେ ଏହା ବରଫ ଚାଦର ଘୋଡ଼େଇ ହୋଇଥିବାବେଳେ ଖରାଦିନେ ଏହାର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ। ରାତିରେ ଯେତେବେଳେ ବାନଫ୍‌ ଆଭେର ପ୍ରତିଫଳିତ ଆଲୋକ ଆଭେନ୍ଯଯ ଉପରେ ଆଲୋକ ବିକିରଣ କରେ, ଏହାର ସୌନ୍ଦର୍ଯ୍ୟ ବହୁଗୁଣିତ ହୋଇଯାଏ। ଦିନରେ ସୂର୍ଯ୍ୟକିରଣରେ ପାହାଡ଼ର ରଙ୍ଗ ପୁଣି ବଦଳିଯାଏ।

No comments