Support

Breaking News

ମାର୍ଚ୍ଚ ୧୧ରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ, ୬ ଦିନ ବ୍ୟାଙ୍କ ବନ୍ଦ ରହିବ

ଦେଶର ବ୍ୟାଙ୍କ ସଂଘଗୁଡିକ ପକ୍ଷରୁ ଜାନୁୟାରୀ ୩୧ ଏବଂ ଫେବୃୟାରୀରେ ୧ରେ ବେତନ ସଂଶୋଧନ ଦାବିରେ  ୨ ଦିନିଆ ଧର୍ମଘଟ ଡାକରା ଦିଆଯାଇଥିଲା। ଏହି ସମୟରେ ମୋଟ ୪ ଦିନ ବ୍ୟାଙ୍କ ବନ୍ଦ ହୋଇଥିଲା। ପୁଣି ଥରେ ଆସନ୍ତା ମାର୍ଚ୍ଚ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ  ବେତନ ବଢ଼ାଇବା ଓ ପାଞ୍ଚ ଦିନିଆ କାର୍ଯ୍ୟ ଦିବସ ଭଳି ଦାବି ନେଇ ବ୍ୟାଙ୍କ କର୍ମଚାରୀମାନେ ତିନି ଦିନିଆ ଧର୍ମଘଟ କରିବେ।

ମାର୍ଚ୍ଚରେ ହେବାକୁ ଥିବା ଧର୍ମଘଟ ହେଉଛି ଚଳିତ ବର୍ଷର ତୃତୀୟ ବ୍ୟାଙ୍କ ଧର୍ମଘଟ। ଏହି ପ୍ରସ୍ତାବିତ ଧର୍ମଘଟ ଯୋଗୁ ମାର୍ଚ୍ଚ ମାସର ଦ୍ବିତୀୟ ସପ୍ତାହରେ ବ୍ୟାଙ୍କଗୁଡ଼ିକ ଲଗାତାର ୬ ଦିନ ବନ୍ଦ ରହିବାର ଆଶଙ୍କା ସୃଷ୍ଟି ହୋଇଛି। ମାର୍ଚ୍ଚ ୧୦ରେ ହୋଲି, ୧୧-୧୩ ପର୍ଯ୍ୟନ୍ତ ତିନି ଦିନ ଧର୍ମଘଟ, ୧୪ ତାରିଖ ଦ୍ବିତୀୟ ଶନିବାର ଓ ୧୫ ତାରିଖ ରବିବାର ପଡ଼ୁଥିବାରୁ ଏହି ଛଅ ଦିନ ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ ବନ୍ଦ ରହିଲେ ଶାଖାରେ ହେଉଥିବା କାରବାର, ଟଙ୍କା ଜମା ଏବଂ ଉଠାଣ, ଚେକ୍ କ୍ଲିୟରାନ୍ସ ଓ ଋଣ ଆବଣ୍ଟନ ଭଳି କାର୍ଯ୍ୟ ପ୍ରଭାବିତ ହେବ।

ଗତ ଜାନୁଆରି ୩୧ ଓ ଫେବ୍ରୁଆରି ୧ରେ ସେମାନେ ଦୁଇ ଦିନିଆ ଧର୍ମଘଟ କରିଥିଲେ। ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘଗୁଡ଼ିକ ଧମକ ଦେଇଛନ୍ତି ଯେ, ଯଦି ଆସନ୍ତା ଧର୍ମଘଟ ସତ୍ତ୍ବେ ସେମାନଙ୍କ ଦାବି ପୂରଣ ‌ହେବ ନାହିଁ ତେବେ ଏପ୍ରିଲ୍‌ ୧ରୁ ସେମାନେ ଅନିର୍ଦିଷ୍ଟକାଳୀନ ଧର୍ମଘଟ କରିବେ।ଏହି ସମୟରେ ଘରୋଇ ବ୍ୟାଙ୍କ କାରବାର ପ୍ରଭାବିତ ହେବ ନାହିଁ।  ବେତନ ବୃଦ୍ଧିକୁ ନେଇ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ବିଭିନ୍ନ କର୍ମଚାରୀ ସଂଘ ମଧ୍ୟରେ ହୋଇଥିବା ବୈଠକ ବିଫଳ ହେବାରୁ ମାର୍ଚ୍ଚ ୧୧ରେ ଧର୍ମଘଟ କରିବାକୁ ନିଷ୍ପତ୍ତି ନିଆଯାଇଛି। କର୍ମଚାରୀମାନଙ୍କ ବେତନରେ ୧୨.୫% ବୃଦ୍ଧି କରିବା ଳାଗି ଆଇବିଏ ପ୍ରସ୍ତାବ ଦେଇଥିବା ବେଳେ କର୍ମଚାରୀ ସଂଘଗୁଡ଼ିକ ତାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ ବେତନରେ ଅଧିକ ବୃଦ୍ଧି ଚାହୁଛନ୍ତି।

No comments