Support

Breaking News

ପୁରୁଣା ସ୍ମାର୍ଟଫୋନ୍ ମାଧ୍ୟମରେ ଆପଣ କିଭଳି ସିସିଟିଭି କ୍ୟାମେରା ପ୍ରସ୍ତୁତ କରିପାରିବେ |

ପୁରୁଣା ସ୍ମାର୍ଟଫୋନ୍ ମାଧ୍ୟମରେ ଆପଣ  କିଭଳି  ସିସିଟିଭି କ୍ୟାମେରା ପ୍ରସ୍ତୁତ କରିପାରିବେ |
odiatech, odia tech
ସାଧାରଣତଃ ଆମେ ପ୍ରାୟତଃ ଆମର ପୁରୁଣା ସ୍ମାର୍ଟଫୋନ୍କୁ ଅଦରକାରୀ ଭାବି ଫିଙ୍ଗି ଦେଉ ଅବା କମ୍ ଟଙ୍କା ମୂଲ୍ୟରେ ବିକ୍ରି କରଦେଇଥାଉହେଲେ ଆପଣ ଜାଣନ୍ତି କି ଆପଣ ଯେଉଁ ପୁରୁଣା ସ୍ମାର୍ଟଫୋନ୍ କୁ ଅଦରକାରୀ ବୋଲି ଭାବୁଛନ୍ତି ତାହା ମାଧ୍ୟମରେ ଆପଣ ସିସିଟିଭି କ୍ୟାମେରା ପ୍ରସ୍ତୁତ କରିପାରିବେ!ହଁ, ଆପଣମାନେ ଯାହା ବି ଶୁଣୁଛନ୍ତି ସତ କାରଣ ଆଜି ଆମେ ଆପଣଙ୍କୁ ଆପଣଙ୍କର ପୁରୁଣା ସ୍ମାର୍ଟଫୋନ ସାହାଯ୍ୟରେ କିଭଳି ସିସିଟିଭି କ୍ୟାମେରାକୁ ପ୍ରସ୍ତୁତ କରାଯାଏ ସେହି ବିଷୟରେ ଜଣାଇବୁ ଯାହାକି ଆପଣ ଚାହିଁଲେ ଆପଣଙ୍କ ଘରେ କିମ୍ବା ଦୋକାନରେ ମଧ୍ୟ ଲଗାଇପାରିବେ ସମସ୍ତ ଗତିବିଧି ଉପରେ ନଜର ରଖିପାରିବେତେବେ ଏବେ ଆସନ୍ତୁ ଜାଣିବା ସ୍ମାର୍ଟ ଫୋନ ସାହାଯ୍ୟରେ ସିସିଟିଭି କ୍ୟାମେରା ପ୍ରସ୍ତୁତି କରିବାର ଉପାୟ ବିଷୟରେ
ସୂଚନା ମୁତାବକ୍,ଆପଣଙ୍କର ପୁରୁଣା ସ୍ମାର୍ଟଫୋନ୍ ରେ ସେତିକିବେଳେ ସିସିଟିଭି କ୍ୟାମେରାରେ ପରିଣତ ହୋଇଥାଏ ,ଯେତେବେଳେ କି ଉକ୍ତ ଫୋନ୍ କ୍ୟମେରା ଠିକ୍ ରହିଥାଏ। ଏମିତିରେ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ ଯେ,ଯେଉଁ ସ୍ମାର୍ଟଫୋନ୍ କୁ ଆପଣ ସିସିଟିଭି କ୍ୟାମେରା ବନାଇବାକୁ ଚାହୁଁଛନ୍ତି ,ସେହି ଫୋନ୍ କ୍ୟାମେରା ସଠିକ୍ ଭାବରେ କାର୍ଯ୍ୟ କରୁଛି କି ନାହିଁ?

1- ପୁରୁଣା ଫୋନ୍କୁ ସିସିଟିଭି କ୍ୟାମେରାରେ ପରିଣତ କରିବାକୁ ହେଲେ ସେଥିରେ ଓ୍ଵାଇ-ଫାଇ(WiFi) ରହିବା ନିହାତି ଆବଶ୍ୟକ ଅଟେ

2-ଏଥିସହିତ ଏନେଇ ଆପଣଙ୍କୁ ଆପଣଙ୍କ ପ୍ଲେ ଷ୍ଟୋର୍ରେ At Home Camera ଆପ୍ କୁ ଡ଼ାଉନ୍ଲୋଡ଼୍ କରିବାକୁ ପଡ଼ିବ

3-ଏହାବ୍ୟତୀତ ଆପଣ ଆପଣଙ୍କ ପୁରୁଣା ଫୋନ୍ ସହାୟତାରେ At Home Video Streamer- Monitor app କୁ ଡ଼ାଉନ୍ଲୋଡ଼୍ କରନ୍ତୁ ଏବେ ଯେଉଁଠାରେ ଆପଣ ସିସିଟିଭି କ୍ୟାମେରାକୁ ଲଗାଇବାକୁ ଚାହୁଁଛନ୍ତି,ସେହିଠାରେ ଆପଣଙ୍କୁ ପୁରୁଣା ସ୍ମାର୍ଟଫୋନ୍ କୁ ସେଟ୍ କରିବାକୁ ହେବ,ଯେଉଁଠାରେ କି ଆପଣ ଚାଟିଙ୍ଗ୍ ବ୍ୟବସ୍ଥା ମଧ୍ୟ କରିଦିଅନ୍ତୁ

4-ଏହାସହିତ ଏବେ ଆପଣ ଏହା ନିର୍ଦ୍ଦିଷ୍ଟ କରନ୍ତୁ କି ଏଥିରେ ଯେଉଁ ରେକର୍ଡ଼ିଙ୍ଗ୍ ହେବ ତାହାକୁ ଆପଣ ଆପଣଙ୍କ ଫୋନ୍ ବା ଲ୍ୟାପ୍ଟପ୍ କୌଣସିଟିରେ ବି ମନିଟର କରିଦେବେ ଅର୍ଥାତ୍ ଆପଣଙ୍କୁ ଆପଣଙ୍କ ପୁରୁଣା ଫୋନ୍ କୁ ସିସିଟିଭିରେ ପରିଣତ କରିବାପରେ ,ଏଥିରେ ଯାହାବି ରେକର୍ଡ଼ ହୋଇ ରହିବ;ତାହା ଆପଣ କାହା ଉପରେ ପ୍ଲେ କରିବାକୁ ଚାହିଁବେ?

5-ଏବେ ଆପଣ ଯେଉଁ ମୋବାଇଲ୍ ବା ଲ୍ୟାପ୍ଟପ୍ରେ ଏହି ଭିଡ଼ିଓ ଦେଖିବାକୁ ଚାହୁଁଛନ୍ତି ସେଥିରେ ବି At Home Video Streamer- Monitor app କୁ ଡ଼ାଉନ୍ଲୋଡ଼୍ କରିଦିଅନ୍ତୁ

6-ଏହାପରେ ଆପଣ ଅନ୍ଲାଇନ୍ ହେବାକ୍ଷଣି ଆପଣଙ୍କ At Home Video Streamer ରେ ଏହାର ବ୍ୟବହାରକାରୀଙ୍କ ନାମ ଏବଂ ପାସ୍ଓ୍ଵାର୍ଡ଼ ସହିତ ଏଠାରେ ଏକ କନେକ୍ସନ୍ ସୃଷ୍ଟି ହେବ ଏହାପରେ ଆପଣଙ୍କୁ ଏହାକୁ ସେହି ମୋବାଇଲ୍ ଏବଂ ଲ୍ୟାପ୍ଟପ୍ରେ ରଖିବାକୁ ହେବ,ଯେଉଁଥିରେ କି ଆପଣ ମନିଟର୍ କରିବେ!ଏଥିସହିତ ଆପଣ ଚାହିଁଲେ ବି ଏହାକୁ ସ୍କାନ୍ ସାହାଯ୍ୟରେ ବି ପ୍ରୋସେସ୍ କରିପାରିବେ!ତେବେ ଏନେଇ ଆପଣଙ୍କ ଅନ୍ୟ କୌଣସି ଫୋନ୍ ବା ଲ୍ୟାପ୍ଟପ୍ରେଆଟ୍ ହୋମ୍ ମନିଟର୍ ଆପ୍ଇନ୍ଷ୍ଟାଲ୍ ରହିବା ଦରକାର ଏବେ ଆପଣ ଦେଖିବେ କି ଆପଣଙ୍କ ସିସିଟିଭି କ୍ୟାମେରା ଆପେଆପେ ଚାଲୁ ହୋଇଯିବ

No comments