Support

Breaking News

ଆମ ଦେଶରେ ଡାକଘରକୁ ନେଇ ଏମିତି ଏକ ତଥ୍ୟ ରହିଛି, ଯାହା ବାବଦରେ ଖୁବ୍‌ କମ୍‌ ଲୋକ ଜାଣନ୍ତି

Indian post office

ଏକଥା ପ୍ରାୟତଃ ସମସ୍ତଙ୍କୁ ଜଣା ଅଛି ଯେ, ସମଗ୍ର ଦେଶ ମଧ୍ୟରୁ ଭାରତରେ ରହିଛି ସବୁଠୁ ଅଧିକ ଡାକଘର। ମାତ୍ର ଆମ ଦେଶରେ ଡାକଘରକୁ ନେଇ ଏମିତି ଏକ ତଥ୍ୟ ରହିଛି, ଯାହା ବାବଦରେ ଖୁବ୍‌ କମ୍‌ ଲୋକ ଜାଣନ୍ତି।

ଭାରତରେ ରହିଛି ଫ୍ଲୋଟିଂ ପୋଷ୍ଟ ଅଫିସ୍‌ (Floating Post Office) ବା ଭାସମାନ ଡାକଘର। ଜମ୍ମୁ-କଶ୍ମୀର ଶ୍ରୀନଗରରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଡାଲ୍‌ ହ୍ରଦରେ ରହିଛି ଦେଶର ପ୍ରଥମ ଭାସମାନ ଡାକଘର। ୨୦୧୧ ମସିହାରେ ଉଦ୍‌ଘାଟିତ ହୋଇଥିବା
Floating Post Office india

ଏବେ ପର୍ଯ୍ୟଟକଙ୍କୁ ଏହି ଡାକଘର  ଆକର୍ଷଣ କରିବାରେ ବେଶ୍‌ ସହାୟକ ହେଉଛି। ଏହା ଏକ ବିରାଟ ଘର ଭଳି ଡଙ୍ଗା ଉପରେ ନିର୍ମିତ ହୋଇଛି। ଡାକଘର ବ୍ୟତୀତ ଉକ୍ତ ଡଙ୍ଗାରେ ଏକ ସଂଗ୍ରହାଳୟ ଏବଂ ଡାକ ଟିକେଟ୍‌ ବିକ୍ରି ହେଉଥିବା ଗୋଟିଏ ଦୋକାନ ରହିଛି। ଏହି ଡାକଘରରେ ଫୋନ୍‌ ଏବଂ ଇ-ମେଲ୍‌(@email) କରିବାର ସୁବିଧା ମଧ୍ୟ ଉପଲବ୍ଧ। ଏହାର ଅନ୍ୟ ଏକ ବିଶେଷତ୍ୱ ହେଲା ଏଠାରୁ ପୋଷ୍ଟ କରାଯାଉଥିବା ପ୍ରତ୍ୟେକ ଚିଠିରେ ଉକ୍ତ ହ୍ରଦର ବିଭିନ୍ନ ମନୋରମ ଛବି ରହିଥାଏ

1 comment: