Support

Breaking News

ପାନର ଔଷଧୀୟ ଗୁଣ ଓ ଉପକାରିତା

health-benefits-of-chewing-paan.html

ଓଡ଼ିଆ ଘରେ ପାନର ବ୍ୟବହାର ଅଧିକ। ସାଧାରଣତଃ ପୂଜା ପାର୍ବଣ କୁହନ୍ତୁ ଅବା ଘରକୁ ଅତିଥି ଆସିଲେ ଆମେ ପାନ ଖଣ୍ଡେ ଦେବାକୁ ଭୁଲି ନ ଥାଉ। ହେଲେ ଏହି ପାନର ଔଷଧୀୟ ଗୁଣ ସମ୍ପର୍କରେ ଅନେକେ ଜାଣି ନ ଥିବେ। ତେବେ ପାଟି ଦୁର୍ଗନ୍ଧ ବା ପାଇରିଆ ସମସ୍ୟା ଦୂର କରିବାରେ ପାନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। 

-ପାଇରିଆ ସମସ୍ୟା ଥିଲେ ପ୍ରତିଦିନ ପାନପତ୍ର ସହ କର୍ପୂର ମିଶାଇ ଚୋବାଇଲେ ଏହି ସମସ୍ୟା ଦୂର ହୋଇଥାଏ। 

-ଥଣ୍ଡା ସର୍ଦ୍ଦି ହୋଇଥିଲେ ପାନ ପତ୍ର ସହ ସାମାନ୍ୟ ଜୁଆଣି ମିଶାଇ ଖାଇଲେ ଉପଶମ ମିଳିଥାଏ।

-କିଡନୀ ସମସ୍ୟା ଥିଲେ ନିୟମିତ ପାନ ଖାଇଲେ ଏହା ଦୂର ହୋଇଥାଏ। 

-ବେଳେବେଳେ ରୋଷେଇ କରିବା ସମୟରେ ମହିଳାମାନଙ୍କର ହାତ ପୋଡି ଯାଇଥାଏ। ପୋଡି ଯାଇଥିବା ସ୍ଥାନରେ ପାନପତ୍ର ବାନ୍ଧିଲେ ଉପଶମ ମିଳିଥାଏ। 


ପାନ ଆମ ଓଡିଆ ଘରେ ବହୁଳ ବ୍ୟବହାର ହୁଏ ସତ। ହେଲେ ଏହାର ଉପକାରିତା ବିଷୟରେ ଆମେ ଜାଣି ନ ଥିବାରୁ ଏହାକୁ କେବଳ ମସଲା ଦେଇ ଖାଇଥାଉ। ତେଣୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ ଜାଣି ଏହାକୁ ବ୍ୟବହାର କଲେ ଆମେ ଅନେକ ଉପକାର ପାଇ ପାରିବା।

No comments