Support

Breaking News

Reliance JioTv web version launched In Odia

ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କୁ ନୂଆ ନୂଆ ଶସ୍ତା ପ୍ଲାନ୍‌ ଦେବା ସହିତ କମ୍ପାନି ପୁଣିଥରେ ଏକ ଆକର୍ଷଣୀୟ ଅଫରର ଘୋଷଣା କରିଛି। Reliance jio ନିଜର ଗ୍ରାହକ ମାନଙ୍କ ପାଇଁ Jio Tv web version ଲଞ୍ଚ କରିଦେଇଛି । ଏହି ସୁବିଧା ଜରିଆରେ ଆପଣ ଅନଲାଇନରେ live tv ର ମଜା ଉଠାଇପାରିବେ।
ଜିଓ ବ୍ୟବହାରକାରୀ web ବ୍ରାଉଜର ମାଧ୍ୟମରେ ସମସ୍ତ ଲାଇବ୍‌ ଟିଭି ସୋ’ ଦେଖି ପାରିବେ। ଜିଓ ଟିଭିର ୱେବ୍ ଭର୍ସନ୍‌ର ଚାହିଦା ଅନେକ ଦିନ ହେବ ଜାରି ରହିଥିଲା।
ଜିଓ ଟିଭିର ୱେବ୍ ଭର୍ସନ୍‌ ବ୍ୟବହାରକାରୀଙ୍କ  ଚାହିଦାକୁ ପୁରଣ କରିବା ପାଇଁ  ଲଞ୍ଚ କରାଯାଇଛି। ଜିଓ ଟିଭିର ୱେବ୍ ଭର୍ସନ୍‌ରେ ବ୍ୟବହାରକାରୀଙ୍କୁ ଜିଓ ଟିଭି ଆପ୍‌ରେ ଥିବା ସମସ୍ତ କନ୍‌ଟେଣ୍ଟ ଓ ଟିଭି ଚାନେଲ ମିଳିଯିବ।ଯଦି ଆପଣ ଜିଓ ବ୍ୟବହାରକାରୀ ତେବେ କୌଣସି ବି ବ୍ରାଉଜରରୁ https://jiotv.com/ ଲଗ୍‌ଇନ୍‌ କରି jio tv ରେ ମଜା ନେଇ ପାରିବେ।  ଏହାର ଫାଇଦା କେବଳ ଜିଓ ବ୍ୟବହାରକାରୀଙ୍କୁ ହିଁ ମିଳିବ।
ଜିଓ ଟିଭିରେ ଏଣ୍ଟରଟେନ୍‌ମେଣ୍ଟ, ସିନେମା, ନ୍ୟୁଜ, ସ୍ପୋର୍ଟସ ଓ ଆଞ୍ଚଳିକ ଚାନେଲ ସାମିଲ ରହିଛି। ଏହାର କ୍ୟାଚ-ଅପ୍‌ ଫିଚର ଜରିଆରେ ଆପଣ ଗତ ସାତ ଦିନର କନ୍‌ଟେଣ୍ଟ ବି ଦେଖି ପାରିବେ। ଏଥିରେ ଆପଣ ଏଚଡି ଚାନେଲର ମଧ୍ଯ ମଜା ନେଇପାରିବେ । ଜିଓ ଟିଭିର ୱେବ୍ ଭର୍ସନ୍‌ରେ ଆପଣଙ୍କ ପସନ୍ଦର ଭାଷାକୁ ବି ଚୟନ କରିପାରିବେ।  ଅନଲାଇନରେ ଜିଓଟିଭି କିମ୍ବା ଜିଓସିନେମା ପାଇଁ ଆପଣଙ୍କୁ jiotv.com କିମ୍ବା jiocinema.com ଲଗ୍‌ ଇନ୍‌ କରିବାକୁ ପଡ଼ିବ। ଏଥିପାଇଁ ଏକ ବୈଧ ୟୁଜର ଆଇଡି ଓ password ଆବଶ୍ୟକତା ପଡ଼ିବ। ଏହା ପାଇଁ ଆପଣଙ୍କ ପାଖରେ ଜିଓ ମୋବାଇଲ ନେଟୱର୍କ ରହିବା ଆବଶ୍ୟକ।

No comments