Support

Breaking News

କମିବ ମୋବାଇଲ ନମ୍ବର ପୋର୍ଟେବିଲିଟି ଚାର୍ଜ | odia tech


୩ ଜୁଲାଇ ୨୦୧୫ ପର ଠାରୁ ମୋବାଇଲ ନମ୍ବର ପୋର୍ଟେବିଲିଟି ଲାଗି ଆସୁଥିବା ଅନୁରୋଧରେ ବୃଦ୍ଧି ଘଟିଛି। ଆଗାମୀ ଦିନରେ ମୋବାଇଲ ନମ୍ବର ପୋର୍ଟେବିଲିଟି ଲାଗି ଧାର୍ଯ୍ୟ ଚାର୍ଜ ହ୍ରାସ ଘଟିବ। ବର୍ତ୍ତମାନ ପୋର୍ଟେବିଲିଟି ଲାଗି ୧୯ ଟଙ୍କା ଲାଗୁଛି। ଏହାକୁ ୪ ଟଙ୍କାକୁ ହ୍ରାସ କରିବାକୁ ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)ଯୋଜନା କରୁଛି। ଏ ନେଇ ଟ୍ରାଇ ପରାମର୍ଶ ଧାରା ସୋମବାର ଆରମ୍ଭ କରିଛି।  କମ୍ପାନୀଗୁଡିକ ମୋବାଇଲ ନମ୍ବର ପୋର୍ଟେବିଲିଟି ଲାଗି ବର୍ତ୍ତମାନ ୧୯ ଟଙ୍କା ସୀମା ଧାର୍ଯ୍ୟ କରିଛନ୍ତି। ନେଣଦେଣ ଲାଗି ମୂଲ୍ୟ ତଥା ପରିମାଣକୁ ବିଚାର କରିଲେ ଧାର୍ଯ୍ୟ ଦେୟ ସୀମା ଅଧିକ ରହିଥିବା ଟ୍ରାଇ ଅନୁଭବ କରିଛି। କମ୍ପାନୀଗୁଡିକ ଲାଗି ଏଥି ପାଇଁ ଖର୍ଚ୍ଚ ହେଉଥିବା ମୂଲ୍ୟରେ ହ୍ରାସ ହୋଇଥିବା ଯୋଗୁ ଏମଏନପି ଟ୍ରାଞ୍ଜାକଶନ ଚାର୍ଜ ହ୍ରାସ ଲାଗି ଟ୍ରାଇ ନିଷ୍ପତ୍ତି ହୋଇଥିବା ଟ୍ରାଇ ପ୍ରକାଶ କରିଛି। ଏଥି ଲାଗି ସଂଶୋଧନ ପ୍ରସ୍ତାବ ମଧ୍ୟ ଡ୍ରାଫ୍ଟ ହୋଇ ସାରିଛି। ଏହା କାର୍ଯ୍ୟକାରୀ ହେଲେ ଏମଏନପି ଲାଗି ଚାର୍ଜ ୪ ଟଙ୍କାକୁ ହ୍ରାସ ଘଟିବ ବୋଲି ଜଣାଯାଇଛି। ଏ ନେଇ ଜାରି ହୋଇଥିବା ପରାମର୍ଶ ଉପରେ ଲୋକଙ୍କ ଠାରୁ ମତାମତ ଲୋଡାଯାଇଛି। ପରାମର୍ଶ ଗ୍ରହଣ କରିବାର ଶେଷ ତାରିଖ ଡିସେମ୍ବର ୨୯ ରହିଛି। 

@odiatech

No comments