Support

Breaking News

Facebook ରେ Like, share, comment ପାଇଁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିମାନେ ସାବଧାନ!

Facebook ରେ Like, share, comment ପାଇଁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିମାନେ ସାବଧାନ! ସୋସିଆଲ ନେଟୱର୍କିଂ ସାଇଟ୍ Facebook ଏବେ ଏକ ବଡ  ପଦକ୍ଷେପ ନେବାକୁ ଯାଉଛ । ଯେଉଁଥିରେ ପୋଷ୍ଟ like ଏବଂ share ବଢାଇବା ପାଇଁ ଟେକନିକ ବ୍ୟବହାର କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ଲଗାମ ଲଗାଯିବ । ତେବେ ଫେସବୁକରେ ଅଧିକ like , share ଏବଂ comment ପାଇବା ପାଇଁ ଲୋକେ କିଛି ବି ପଦ୍ଧତି ଆପଣେଇବାକୁ ପଛାନ୍ତି ନାହିଁ । ଯାହାକି ଫେସବୁକରେ ଏଭଳି ଅନେକ ପୋଷ୍ଟ ନଜର ଆସିଥାଏ ଆଉ ଯେଉଁଥିରେ ୟୁଜର୍ସଙ୍କୁ ନିଜର ଲାଇକ, ସେୟାର କିପରି ବଢାଇବେ ସେନେଇ ପରାମର୍ଶ ଦିଆଯାଇଥାଏ ।

ତେବେ ଫେସବୁକ୍ ଭାଷାରେ ଏଭଳି ପୋଷ୍ଟକୁ ‘Engagement Bait’ ବୋଲି କୁହାଯାଏ । ଏଭଳି ପ୍ରକାରରେ ପୋଷ୍ଟର Engagement ବଢାଯାଇଥାଏ । ଯାହାଦ୍ୱାରା ପୋଷ୍ଟକୁ ନ୍ୟୁଜ୍ ଫିଡ Engagementର ଲାଭ ମିଳିଥାଏ ଏବଂ ତାହା ପୋଷ୍ଟରେ ଚାଲିଆସିବା ସହିତ ଅଧିକ ୟୁଜର୍ସ ନଜର ଆସିଥାଏ । ଏଭଳି ପ୍ରକାରର ପୋଷ୍ଟକୁ ଫେସବୁକ୍ ଏବେ ରୋକିବାକୁ ବନ୍ଦୋବସ୍ତ କରୁଛି । ଯାହାର ସୂଚନା ଖୋଦ୍ ଫେସବୁକ ଦେଇଛି ।

କଂପାନୀ ସୂଚନା ମୁତାବକ, ଏବେ ଏପ୍ରକାରର ପୋଷ୍ଟକୁ ଡିମୋଟ କରାଯିବ । ଫେସବୁକରେ ଏଭଳି ପେଜ ଯେଉଁଗୁଡିକ ଲଗାତର ଭାବେ ଏପ୍ରକାର ଟ୍ରିକ୍ ଆପଣାଉଛନ୍ତି, ସେମାନଙ୍କର ସମସ୍ତ ପୋଷ୍ଟକୁ ବର୍ତ୍ତମାନ ଡିମୋଟ୍ କରିଦିଆଯିବ । ଫେସବୁକ୍ କହିବା ଅନୁସାରେ, ସହାୟତା, ପରାମର୍ଶ ବା ସୁପାରିସ୍ ଏବଂ ଦାନ ପାଇଁ ଟଙ୍କା ମାଗିବା, ଟ୍ରାଭେଲ ଜନିତ ବିଜ୍ଞାପନ ଭଳି ପୋଷ୍ଟ ଉପରେ ଏଭଳି ଅପଡେଟର କୌଣସି ଫରକ ପଡିବନାହିଁ । Engagement Baitକୁ ରୋକିବା ପାଇଁ ଫେସବୁକ ମେସିନ ଲର୍ଣ୍ଣିଂ ମଡେଲର ବ୍ୟବହାର କରାଯିବ । ଯାହାଦ୍ୱାରା ନ୍ୟୁଜ୍ ଫିଡରେ ଦେଖାଯାଉଥିବା ଏପ୍ରକାରର ପୋଷ୍ଟ ଆପଣା ଛାଏଁ ଡିମୋଟ୍ ହୋଇଯିବ । ଯାହାଦ୍ୱାରା ଫେସବୁକ ଜନିତ ହିଂସା ତଥା ଦଙ୍ଗା ଭଳି ପରିସ୍ଥିତିକୁ ରୋକା ଯାଇପାରିବ ।

No comments