Support

Breaking News

ଏୟାରେଟେଲ, ଭୋଡାଫୋନ-ଆଇଡିଆ ଦରବୃଦ୍ଧି ପରେ ଜିଓ ମଧ୍ଯ ଦରବୃଦ୍ଧି କରିବ

ଏୟାରେଟେଲ, ଭୋଡାଫୋନ-ଆଇଡିଆ ଦରବୃଦ୍ଧି ପରେ ଜିଓ ମଧ୍ଯ ଦରବୃଦ୍ଧି କରିବ । ଗୋଟିକ ପରେ ଗୋଟିଏ ପ୍ରାୟ ସବୁ ଟେଲିକମ କମ୍ପାନି ଦର ବୃଦ୍ଧି କରିବାକୁ ଘୋଷଣା କରୁଛନ୍ତି। ଏୟାରେଟେଲ, ଭୋଡାଫୋନ-ଆଇଡିଆ ଲିମିଟେଡ ଡିସେମ୍ବର ୧ରୁ ଟାରିଫ ବଢାଇବା ନେଇ ଘୋଷଣା କରିବା ପରେ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ପରିଚାଳିତ ରିଲାଏନ୍ସ ଜିଓ ମଧ୍ୟ ଏହାର ସେବା ମୂଲ୍ୟ ବଢାଇବାକୁ ନିଷ୍ପତ୍ତି ନେଇଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଏନେଇ ନିଷ୍ପତ୍ତି ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।ଦରବୃଦ୍ଧି ଏପରି କରାଯିବ ଯେ, ଯେପରି ତାହା ଗ୍ରାହକଙ୍କୁ ବାଧିବନାହିଁ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।
jio tariff hike

ଇଣ୍ଟର ୟୁସେଜ ଚାର୍ଜ ଦେୟ ଜନିତ କ୍ଷତି ପୂରଣ ଲାଗି କମ୍ପାନୀ ଗତ ମାସରେ କଲ୍‌ ମୂଲ୍ୟ ଉପରେ ଚାର୍ଜ ଲାଗୁ କରିଥିବା ଜଣାପଡିଛି। ମାଗଣା ଭଏସ କଲ ଓ ଶସ୍ତା ଡାଟା ପ୍ରଦାନ ଦ୍ୱାରା ମୋବାଇଲ ଶିଳ୍ପରେ ଜିଓ ଏକ କମ୍ପନ ସୃଷ୍ଟି କରିଥିଲା।

No comments