Support

Breaking News

Vivo ଲଞ୍ଚ କଲା ୫ଟି କ୍ୟାମେରା ଥିବା ସ୍ମାର୍ଟଫୋନ | Vivo S5

ସ୍ମାର୍ଟଫୋନ୍ ନିର୍ମାତା Vivo ଚାଇନାରେ  Vivo S5 ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି। Vivo S5 ସ୍ମାର୍ଟଫୋନ୍‌ର ୮ ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜର ମୂଲ୍ୟ ୨୭,୬୦୦ ଟଙ୍କା ଥିବାବେଳେ ୮ଜିବି ରାମ୍‌ ଓ ୨୫୬ ଜିବି ଷ୍ଟୋରେଜର ମୂଲ୍ୟ ୩୦, ୭୦୦ ଟଙ୍କା ରହିଛି। ୨୨ ନଭେମ୍ୱରରୁ କମ୍ପାନୀ ଏହି ଫୋନ୍‌ର ବିକ୍ରି ଆରମ୍ଭ କରିବ।
 Vivo S5 price and features in odisha
GSMArena.com

ଏହି ଫୋନ୍‌ରେ ପଞ୍ଚ୍‌ ହୋଲ୍‌ ଡିସପ୍ଲେ ଡିଜାଇନ୍‌ ସହିତ କ୍ୱାର୍ଡ ରିୟର୍‌ କ୍ୟାମେରା ରହିଛି। ସେହିପରି ଫୋନ୍‌ର ବ୍ୟାକ୍‌ରେ ଡାଇମଣ୍ଡ୍‌ ଶେପ୍‌ର କ୍ୟାମେରା ମଡ୍ୟୁଲ୍‌ ରହିଛି, ଯେଉଁଥିରେ ତିନୋଟି ସେନସର୍‌ ଦିଆଯାଇଛି ଏବଂ ଚତୁର୍ଥ ସେନସର୍‌କୁ କ୍ୟାମେରା ମଡ୍ୟୁଲ୍‌ର ବଟମ୍‌ରେ ଦିଆଯାଇଛି।


ଏହି ଫୋନରେ କ୍ୱାଲକମ୍‌ ସ୍ମାପ୍‌ଡ୍ରାଗନ୍‌ ୭୧୨ ପ୍ରୋସେସର୍‌ ଦିଆ ଯାଇଛି। ୬.୪୪ ଇଞ୍ଚର ଫୁଲ୍‌ HD+ OLED ଡିସପ୍ଲେ ସାଥୀରେ ଇନ୍ ଡିସପ୍ଲେରେ ଫିଙ୍ଗର୍‌ପ୍ରିଣ୍ଟ ସେନସର୍‌ ରହିଛି। ଫଟୋଗ୍ରାଫି ପାଇଁ ଏହି ସ୍ମାର୍ଟଫୋନ୍‌ରେ ୫ଟି କ୍ୟାମେରା ରହିଛି ଯଥାକ୍ରମେ ୪୮,୩୨,୮,୫ ଓ ୨ ମେଗା ପିକ୍ସେଲ୍‌ ଏବଂ ସେଲ୍‌ଫି ପାଇଁ ୩୨ ମେଗା ପିକ୍ସେଲ୍‌ର କ୍ୟାମେରା ଦିଆଯାଇଛି। ୪୧୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ଓ ୨୨.୫ ୱାଟ୍‌ର ଫ୍ଲାସ୍‌ ଚାର୍ଜ ସପୋର୍ଟ ରହିଛି।

No comments