Support

Breaking News

ଯଦି ଆପଣ ରେଳରେ ଯାତ୍ରା ସମୟରେ ଆବଶ୍ୟକଠାରୁ ଅଧିକ ଲଗେଜ୍‌ ନଉଛନ୍ତି ତେବେ ଆପଣଙ୍କୁ ଜରିମାନା ରାଶିର ୬ ଗୁଣ ଭରିବାକୁ ପଡିବ।

ଯଦି ଆପଣ ରେଳରେ ଯାତ୍ରା ସମୟରେ ଆବଶ୍ୟକଠାରୁ ଅଧିକ ଲଗେଜ୍‌ ନଉଛନ୍ତି ତେବେ ଆପଣଙ୍କୁ ଜରିମାନା ରାଶିର ୬ ଗୁଣ ଭରିବାକୁ ପଡିବ।
Img- The Hindu 

ବିମାନ ଯାତ୍ରା ଭଳି ଏବେ ରେଳ ଯାତ୍ରୀଙ୍କ ପାଇଁ ବ୍ୟାଗେଜ୍‌ ନିୟମ କଡାକଡି ହେବାକୁ ଯାଉଛି। ଯଦି ଆପଣ ରେଳରେ ଯାତ୍ରା କରୁଥାନ୍ତି ତା’ହେଲେ ଆବଶ୍ୟକଠାରୁ ଅଧିକ ଲଗେଜ୍‌ ନେଉଥିଲେ ସାବଧାନ। ଯେଉଁ ଯାତ୍ରୀମାନେ ଅତିରିକ୍ତ ଲଗେଜ୍‌ ନେଇ ଯାତ୍ରା କରୁଥିବେ ସେମାନଙ୍କୁ ନିର୍ଦ୍ଧାରିତ ଜରିମାନା ରାଶିର ୬ ଗୁଣ ଭରିବାକୁ ପଡିବ। ରେଳବୋର୍ଡର ନିର୍ଦ୍ଦେଶକ(ସୂଚନା ଏବଂ ପ୍ରସାର) ବେଦ ପ୍ରକାଶ ଏହି ସୂଚନା ଦେଇଛନ୍ତି। ଟ୍ରେନ୍‌ କମ୍ପାର୍ଟମେଣ୍ଟଗୁଡିକରେ ଯାତ୍ରୀମାନେ ଅତିରିକ୍ତ ବ୍ୟାଗେଜ୍‌ ଲଦୁଥିବା ଅନେକ ଅଭିଯୋଗ ଆମ ନଜରକୁ ଆସୁଛି। ଏଥିପାଇଁ ୩ ଦଶନ୍ଧି ପୁରୁଣା ବ୍ୟାଗେଜ୍‌ ନିୟମକୁ କଡାକଡି କରିବାକୁ  ଭାରତୀୟ ରେଳପଥ ନିଷ୍ପତ୍ତି ନେଇଛନ୍ତି।

ନିୟମ ଅନୁଯାୟୀ, ଏକ ସ୍ଲିପର କ୍ଲାସ ଏବଂ ଦ୍ୱିତୀୟ ଶ୍ରେଣୀ ପାସେଞ୍ଜର ବିନା କୌଣସି ଅତିରିକ୍ତ ଦେୟରେ ଯଥାକ୍ରମେ ୪୦ କିଲୋଗ୍ରାମ ଏବଂ ୩୫ କିଲୋଗ୍ରାମ ବ୍ୟାଗେଜ୍‌ ନେଇପାରିବେ। ଏହା ବାଦ୍‌ ଆଉ ଅତିରିକ୍ତ ଲଗେଜ୍‌ ଥିଲେ ତାହାକୁ ଲଗେଜ୍‌ ଭ୍ୟାନ୍‌ରେ ରଖାଯିବ। ପାର୍ସଲ୍‌ ଅଫିସ୍‌ରେ ନିର୍ଦ୍ଧାରିତ ଦେୟ ଦେଇ ଏମାନେ ସର୍ବାଧିକ ଯଥାକ୍ରମେ 80Kg ଏବଂ 70Kgଲଗେଜ୍‌ ନେଇପାରିବେ। କିନ୍ତୁ ଯଦି ଜଣେ ବିନା ଦେୟରେ ଅତିରିକ୍ତ ଲଗେଜ୍‌ ନେଉଥିବାବେଳେ ଧରାପଡନ୍ତି ତା’ହେଲେ ସେମାନଙ୍କୁ ଲଗେଜ୍‌ ରେଟ୍‌ର ୬ ଗୁଣ ଜରିମାନା ଭରିବାକୁ ପଡିବ। ଯାତ୍ରୀଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା କରାଯାଉଛି। କମ୍ପାର୍ଟମେଣ୍ଟଗୁଡିକ ଅତିରିକ୍ତ ଲଗେଜ୍‌ରେ ଜାମ୍‌ ହୋଇ ଯାଉଥିବାରୁ ନିୟମକୁ କଡାକଡି କରାଯାଉଥିବା ବେଦ ପ୍ରକାଶ କହିଛନ୍ତି।

ଜଣେ ବରିଷ୍ଠ ରେଳପଥ ଅଧିକାରୀ ଉଦାହରଣ ଦେଇ କହିଛନ୍ତି ଯେ, ଯଦି ଜଣେ ଯାତ୍ରୀ ସ୍ଲିପର କ୍ଲାସରେ ୫୦୦ କିଲୋମିଟରର ଯାତ୍ରା କରୁଥାନ୍ତି ଏବଂ ତାଙ୍କର ବ୍ୟାଗେଜ୍‌ର ଓଜନ ୮୦ KG ଥାଏ ତେବେ ଅତିରିକ୍ତ ୪୦ KG କୁ ଲଗେଜ୍‌ ଭ୍ୟାନ୍‌ରେ ରଖାଯିବ। ଏହି ଅତିରିକ୍ତ ୪୦KG. ବ୍ୟାଗେଜ୍‌ ନେବା ପାଇଁ ତାଙ୍କୁ ୧୦୯ ଟଙ୍କା ଦେବାକୁ ପଡିବ। କିନ୍ତୁ ଏହି ୧୦୯ ଟଙ୍କା ପୈଠ ନ କରି ଯଦି ସେ ଅତରିକ୍ତ ଲଗେଜ୍‌ ନେଇ ଯାତ୍ରା କରୁଥାନ୍ତି ଏବଂ ଧରାପଡନ୍ତି ତେବେ ତାଙ୍କୁ ଜରିମାନା ବାବଦ ୬୫୪ ଟଙ୍କା ଦେବାକୁ ପଡିବ।

ସେହିଭଳି ଜଣେ ଏସି (AC) ପ୍ରଥମ ଶ୍ରେଣୀ ଯାତ୍ରୀ ବିନା କୌଣସି ଦେୟରେ ୭୦ କିଲୋଗ୍ରାମର ଲଗେଜ୍‌ ନେଇପାରିବେ। ଏକ ଫି’ ପୈଠ କରି ସେ ସର୍ବାଧିକ ୧୫୦ କେ.ଜି. ଲଗେଜ୍‌ ନେଇପାରିବେ। ଅପରପକ୍ଷରେ, ଜଣେ ଏସି ୨-ଟାୟାର ଯାତ୍ରୀ ମାଗଣାରେ ୫୦ କେ.ଜି. ଓଜନବିଶିଷ୍ଟ ଲଗେଜ୍‌ ନେଇପାରିବେ। ଏକ ଫି’ ପୈଠ କରି ସେ ସର୍ବାଧିକ ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଲଗେଜ୍‌ ନେଇପାରିବେ ବୋଲି ରେଳପଥ ପକ୍ଷରୁ ପ୍ରକାଶ। ବିନା ଫି’ ପୈଠ କରି ଲଗେଜ୍‌ ନେଉଥିଲେ ୬ ଗୁଣ ଜରିମାନା ଦେବାକୁ ପଡିବ।

ଅନ୍ୟପକ୍ଷରେ, ରେଳପଥ ମଧ୍ୟ ଟ୍ରଙ୍କ୍‌, ସୁଟ୍‌କେଶ୍‌ ଏବଂ ବାକ୍ସଗୁଡିକର ଆକାରକୁ ନେଇ ରହିଥିବା ନିୟମକୁ କଡାକଡି କରିବାକୁ ଯାଉଛି। ଏଗୁଡିକର ଲମ୍ବା, ଓସାର ଏବଂ ଉଚ୍ଚତା 100CM X 60 CM X 25 CM  ମଧ୍ୟରେ ନ ରହିଲେ ଏହାକୁ ଲଗେଜ୍‌ ଭ୍ୟାନ୍‌ରେ ରଖିବାକୁ ପଡିବ।

No comments