Support

Breaking News

ଆପଣ ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି? ତେବେ ସାବଧାନ!

ଆପଣ  ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି? ତେବେ ସାବଧାନ! ଭାରତରେ ପ୍ଲାଷ୍ଟିକ ନିର୍ମାଣ ସମୟରେ ବାଇସ୍‌ଫେନୋଲ (ବିପିଏ-Bisphenol A) ନାମକ କେମିକାଲ୍‌ର ବ୍ୟବହାର କରାଯାଇଥାଏ। ତେଣୁ ଏହାକୁ ଦୀର୍ଘଦିନ ଧରି ବ୍ୟବହାର କରିବା ସ୍ବାସ୍ଥ୍ୟପକ୍ଷେ ହାନିକାରକ। ବିଶେଷକରି ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଉଚିତ୍‌ ନୁହେଁ।

ଆସନ୍ତୁ ଜାଣିବା ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ଵାରା କେଉଁ ପ୍ରକାର ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜିଥାଏ?

କ୍ୟାନ୍ସରର ଭୟ:

ପ୍ଲାଷ୍ଟିକ ବୋତଲର ବ୍ୟବହାର କ୍ୟାନ୍ସର ପରି ଦୁରାରୋଗ୍ୟ ବ୍ୟାଧିର କାରଣ ପାଲଟିପାରେ। ବିଶେଷକରି ବୋତଲ ଯେତେବେଳେ ଗରମ ହୋଇଥାଏ, ସେଥିରୁ ଡାଇ ଅକ୍ସିନ ସ୍ରାବ ଆରମ୍ଭ ହୋଇଥାଏ। ଫଳରେ ଏଥିରେ ଥିବା ପାଣି ପିଇବା ଦ୍ୱାରା ବିଶେଷ କ୍ଷତି ପହଞ୍ଚିଥାଏ। ଏଥିଯୋଗୁ ମହିଳାମାନଙ୍କୁ ସ୍ତନ କର୍କଟ ହୋଇପାରେ।

ମସ୍ତିଷ୍କ ପାଇଁ କ୍ଷତିକାରକ:

 ପ୍ଲାଷ୍ଟିକ ବୋତଲ ନିର୍ମାଣରେ ବ୍ୟବହୃତ ବିପିଏ ମସ୍ତିଷ୍କ ପାଇଁ ବେଶ୍‌ କ୍ଷତିକାରକ। ଏହାଦ୍ୱାରା ବ୍ୟକ୍ତିର ସ୍ମରଣ ଶକ୍ତି ଏବଂ ବୁଝିବା ଶକ୍ତି ପ୍ରଭାବିତ ହୋଇଥାଏ।

ଗର୍ଭଧାରଣ କ୍ଷମତା ପ୍ରଭାବିତ ହୋଇଥାଏ :

କ୍ଷତିକାରକ ବିପିଏ (BPA) କେବଳ ମସ୍ତିଷ୍କ ପାଇଁ ନୁହେଁ ବରଂ ଗର୍ଭଧାରଣ କ୍ଷମତାକୁ କମ୍‌ କରିଥାଏ। କାରଣ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ୱାରା ପୁରୁଷମାନଙ୍କର ଶରୀରରେ ଶୁକ୍ରାଣୁର ମାତ୍ରା କମ୍‌ ହୋଇଥାଏ। ଏଥିଯୋଗୁ ପ୍ଲାଷ୍ଟିକ ବୋତଲରେ ପାଣି ପିଇବାଠାରୁ ନିବୃତ ରୁହନ୍ତୁ।

ଗର୍ଭବତୀ ମହିଳାଙ୍କ ପାଇଁ

ପ୍ଲାଷ୍ଟିକରେ ଥିବା ବିପିଏ ଗର୍ଭରେ ଥିବା ଶିଶୁର ବିକାଶକୁ ଶିଥିଳ କରିଥାଏ। ତେଣୁ ଗର୍ଭାବସ୍ଥା ସମୟରେ ପ୍ଲାଷ୍ଟିକ ବୋତଲରେ ପାଣି ପିଅନ୍ତୁ ନାହିଁ।

ହୃଦୟ ଜନିତ ରୋଗର କାରଣ: 

ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ୱାରା ବାଇସ୍‌ଫେନୋଲ କେମିକାଲ ରକ୍ତରେ ମିଶିଥାଏ। ଏହା ହୃଦୟକୁ ଦୁର୍ବଳ କରିବା ସହ ଶରୀରରେ ରକ୍ତ ପ୍ରବାହକୁ ପ୍ରଭାବିତ କରିଥାଏ।

No comments