Support

Breaking News

ମୂଷାଙ୍କ ସମ୍ପର୍କରେ କିଛି ଜଣା ଓ ଅଜଣା କଥା


-ଗବେଷଣାରୁ ଜଣାଯାଇଛି ମଣିଷର ମସ୍ତିିଷ୍କ ପରି ମୂଷାର ମସ୍ତିଷ୍କ  କାର୍ଯ୍ୟ କରିଥାଏ ମଣିଷ ପରି ସେ ମଧ୍ୟ କିଛି କଥା ବୁଝି ପାରିଥାଏ ଏକ ମିନିଟ୍ରେ ମଣିଷଠାରୁ ମୂଷାର ହୃତ୍ସ୍ପନ୍ଦନ ଅଧିକ ଥର ହୋଇଥାଏ
-ସାଧାରଣତଃ ଗୋଟେ ମୂଷା ଦୁଇ ତିନିବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ। ଉତ୍ତମ ପରିବେଶ ପାଇଲେ ମୂଷା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରିଥାଏ
-ଧ୍ୱନିତରଙ୍ଗ ଦ୍ୱାରା ମୂଷା ପରସ୍ପରକୁ ସଙ୍କେତ ପଠାଇଥାନ୍ତି
-ଆମର ଧର୍ମବିଶ୍ୱାସ ସହ ମୂଷା ଜଡ଼ିତ। ସେ କେବଳ ଗଣେଶଙ୍କର ବାହନ ନୁହେଁ, ରାଜସ୍ଥାନର ବିକାନେର ଜିଲ୍ଲାରେ ଅବସ୍ଥିତ ଏକ ମନ୍ଦିରରେ ମୂଷାଙ୍କୁ ପୂଜା କରାଯାଇଥାଏ
-ମଣିଷଠାରୁ ପ୍ରାୟ ଦଶଗୁଣା ମୂଷା ରହିଛନ୍ତି ପୃଥିବୀରେ। ଚାରି ପାଞ୍ଚଟି ମୂଷା ଗୋଟେ ମଣିଷର ଆହାର ଖାଇପାରନ୍ତି
- ବର୍ଷକୁ ହଳେ ମୂଷା-ମୂଷୀ ଶତାଧିକ ଛୁଆ ଜନ୍ମ କରିପାରନ୍ତି। ବିଜ୍ଞାନ ମତରେ ଦୁଇ ମାସର ମୂଷାଛୁଆ ଜନ୍ମ କରିପାରେ। ପ୍ରତି ତିନି ସପ୍ତାହରେ ୧୨ଟି ପର୍ଯ୍ୟନ୍ତ ଛୁଆ ଜନ୍ମ ଦେଇଥାଏ

-ମୂଷାର ଶାରୀରିକ କ୍ଷମତା ଦେଖିବାକୁ ଗଲେ ସେ ଦେଢ଼ଫୁଟ ପର୍ଯ୍ୟନ୍ତ ଡେଇଁପାରେ, ଆଉ ପାଣିରେ ବି ପହଁରିପାରେ
-ମୂଷା ଲୁଗାପଟା, ବହିପତ୍ରକୁ କାଟି ଟିକିଟିକି କରିଦେବା ପଛରେ କାରଣଟି ହେଲା ତା ଦାନ୍ତ ଭାରି ତୀକ୍ଷ୍ ଏବଂ ଏହା ଖୁବ୍ ଶୀଘ୍ର ବଢ଼ିଥାଏ। ମୂଷା ନିଜର ଦାନ୍ତକୁ କୌଣସି ସାମଗ୍ରୀରେ ଘଷିଲେ ଏହା ବର୍ଷକ ମଧ୍ୟରେ ଇଞ୍ଚେରୁ ଦୁଇଇଞ୍ଚ ବଢ଼ିଯାଏ ଏବଂ ଏହା ତା ମାଢ଼ିର କ୍ଷତି ଘଟାଇଥାଏ। ତେଣୁ କୌଣସି ସାମଗ୍ରୀକୁ ଖିନ୍ଭିନ୍ କରିବା ମୂଷାର ଏକ ବିବଶତା, ଆଦୌ ସଉକ ନୁହେଁ


No comments