Support

Breaking News

ତାଇଓ୍ବାନର ପର୍ଯ୍ୟଟନ ସହର ହୁଆଲିଏନ୍‌ରେ ଭୂକମ୍ପ | 6 ମୃତ୍ 145ଜଣ ଲୋକ ନିଖୋଜ


ତାଇଓ୍ବାନର ପର୍ଯ୍ୟଟନ ସହର ହୁଆଲିଏନ୍‌ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହା ତୀବ୍ରତା 6.4 ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଏହି ଘଟଣାରେ 6 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 145ଜଣ ଲୋକ ନିଖୋଜ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିରେ 225ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଭୂକମ୍ପ ଯୋଗୁ ହୁଆଲିଏନ୍‌ ସହରର ଅନେକ ବିଲ୍ଡିଂ ଭାଙ୍ଗିରୁଜି ଯାଇଛି। ମାଟି ତଳେ ଅନେକ ଲୋକ ପୋତିହୋଇ ରହିଥିବାର ଆଶଙ୍କା କରାଯାଉଛି। ମୃତାହତଙ୍କ ପ୍ରକୃତ ସଂଖ୍ୟା ଉଦ୍ଧାର କାର୍ଯ୍ୟ ଶେଷ ପରେ ଜଣାପଡିବ ବୋଲି ସ୍ଥାନୀୟ ପ୍ରଶାସନ କହିଛି। ସୂଚନାଯୋଗ୍ୟ, 2016ରେ ଦକ୍ଷିଣ ତାଇଓ୍ବାନ୍‌ରେ ହୋଇଥିବା ଭୂକମ୍ପରେ 100 ଜଣଙ୍କ ମୃତ୍ୟୁ ହୋଇଥିଲା ସେହିପରି 1999ରେ ହୋଇଥିବା ଭୂକମ୍ପରେ 2000ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା।

No comments