Support

Breaking News

ଆଧାର ଲିଙ୍କ୍ ସମୟସୀମା ଘୁଞ୍ଚିଲା। odia tech


ବ୍ୟାଙ୍କ ଆକାଉଂଟ ସହ ଆଧାର ଲିଙ୍କ ନେଇ  ଡେଡଲାଇନ  ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ସମୟ ସୀମାକୁ ଘୁଂଚାଇ ଦେଇଛନ୍ତି କେନ୍ଦ୍ର ସରକାର । ଏବେ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ ଅବଧିର କୌଣସି ସମୟସୀମା ରହିବ ନାହିଁ । ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏନେଇ ନୋଟିଫିକେସନ କରାଯାଇଛି । ଡିସେମ୍ବର ୩୧ତାରିଖକୁ ବ୍ୟାଙ୍କ ଆକାଉଁଟ ସହ ସଂଯୋଗ କରିବା ପାଇଁ ସମୟସୀମା ଧାର୍ଯ୍ୟ କରିଥିଲେ ସରକାର ।

ଆସନ୍ତାକାଲି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି କରାଯିବ । ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ କେତେକ ଆବେଦନ ହୋଇଥିଲା । ବ୍ୟାଙ୍କ ଆକାଉଁଟ ଓ ମୋବାଇଲ ନମ୍ବର ସହ ଆଧାରକୁ ସଂଯୋଗ କରିବା ସାମ୍ବିଧାନିକ ମୌଳିକ ଅଧିକାର ଉଲଂଘନ କରୁଛି ବୋଲି ଦର୍ଶାଇ ଅଭିଯୋଗ ହୋଇଛି । ଫଳରେ ଏବେ ଆଧାର ସଂଯୋଗ କରିବାର ଶେଷ ତାରିଖ ବଢ଼ିବାର ବାଟ ଫିଟିଛି । ଏ ନେଇ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହେବ ।

No comments