Support

Breaking News

କାନ୍ଦିବାରେ ରହିଛି ଉପକାରୀ ଗୁଣ

benefits of crying, crying bollywood actress

ମଣିଷ ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେଲେ ଆଖିରେ ଲୁହ ଆସିଯାଇଥାଏ ଏହା ବ୍ୟତୀତ ନିକଟ ପରିଜନ କିମ୍ବା କୌଣସି ଲୋକପ୍ରିୟ ବ୍ୟକ୍ତିଙ୍କର ଦେହାନ୍ତକୁ ନେଇ ଦୁଃଖରେ ଭାଙ୍ଗିପଡି ଅନେକ କାନ୍ଦିଥାଆନ୍ତି ହେଲେ ଏହାର କେତେକ ଉପକାରୀ ଗୁଣ ରହିଛି ଅବଶ୍ୟ ଏକଥା ଜାଣିବା ପରେ କେହି କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ ଆମେ ଟେନସନଗ୍ରସ୍ତ ହେବା ପରେ ଆମର ମାନସିକତା ନକାରାତ୍ମକ ହୋଇଯାଏ ଏହି ସମୟରେ ଯଦି ଆପଣଙ୍କ ଆଖିରୁ ଦୁଇ ଟୋପା ଲୁହ ଗଡିପଡେ ତେବେ ତାହା କେତେକାଂଶରେ ଟେନସନ୍କୁ ଦୂର କରିଥାଏ ବୋଲି ଆମେରିକାସ୍ଥିତ ଓ୍ବାଶିଂଟନ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ କହିଛନ୍ତି

କିଛି ସମୟ କାନ୍ଦିବା ଫଳରେ ମନ କିଛି ପରିମାଣରେ ହାଲକା ହୋଇଯାଏ ଏବଂ ସଂପୃକ୍ତ ବ୍ୟକ୍ତି ନୂଆ ଜିନିଷ ଚିନ୍ତା କରିବାରେ ସକ୍ଷମ ହୋଇଥାଏ। ବେଳେବେଳେ କାନ୍ଦିବା ଦ୍ୱାରା ମନରେ କେତେକ ନୂଆ ଚିନ୍ତାଧାରା ଉଦ୍ରେକ ହୋଇଥାଏ। ଏହି ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନଙ୍କ ଦ୍ୱାରା ହୋଇଥିବା ସର୍ଭେରୁ ପୁରୁଷମାନଙ୍କ ତୁଳନାରେ ମହିଳାମାନେ ଅଧିକ କାନ୍ଦନ୍ତି ବୋଲି ଜଣାପଡିଛି

No comments