Support

Breaking News

ଏମିତି ଏକ ଶୁଭ କର୍ମ ରହିଛି , ଯାହାକୁ ବିନା ସ୍ନାନରେ କରାଯାଇପାରିବ।

ଭାଗ୍ୟରେ ଭଲ କିଛି ନଥିଲେ ଘରେ ସବୁ ବେଳେ ଅଶାନ୍ତି ଦେଖାଦିଏ । ଯେଉଁମାନଙ୍କ କୁଣ୍ଡଳୀରେ ଗ୍ରହଦୋଷ ରହିଛି , ସେମାନଙ୍କୁ ଦେବୀ ଦେବତାଙ୍କ ଆଶୀର୍ବାଦ ମିଳେ ନାହିଁ । ଫଳରେ ସେମାନେ ଯେଉଁ କାମରେ ହାତ ଦିଅନ୍ତି ତାହା ଅସଫଳ ହୋଇଥାଏ । କୁଣ୍ଡଳୀର ଗ୍ରହଦୋଷ ଏବଂ ଦୁର୍ଭାଗ୍ୟ ନିବାରଣ କରିବା ପାଇଁ ଜ୍ୟୋତିଷ୍କମାନେ ବିଭିନ୍ନ ପୂଜାପାଠର କରିବାକୁ କହିଥାନ୍ତି । ହେଲେ ଏମିତି ଏକ ଶୁଭ କର୍ମ ରହିଛି , ଯାହାକୁ ବିନା ସ୍ନାନରେ କରାଯାଇପାରିବ । ଯାହାକୁ ପୁରୁଷ ଓ ମହିଳା ଉଭୟ କରିପାରିବେ।


ଆସନ୍ତୁ ଜାଣିବା ବିନା ସ୍ନାନରେ କେଉଁ ଶୁଭ କର୍ମ କରିପାରିବା
कराग्रे वसते लक्ष्मिः करमध्ये सरस्वति करमूले तु गोविन्दः प्रभाते करदर्शनम्

ଶେଯରୁ ଉଠିବା ମାତ୍ରେ ଶର୍ଯ୍ୟାରେ ବସି ରହି "କରାଗ୍ରେ ବସତେ ଲକ୍ଷ୍ମୀଃ କର ମଧ୍ୟେ ସରସ୍ୱତୀ କରମୂଳେ ତୁ ଗୋବିନ୍ଦଃ ପ୍ରଭାତେ କରଦର୍ଶନମ୍" ।ଏହି ମନ୍ତ୍ରଟି ଜପିପାରିବେ। ଶାସ୍ତ୍ରାନୁସାରେ କୁହାଯାଇଛି , ବ୍ୟକ୍ତି ମନ୍ତ୍ର ଜପିବା ପରେ ଶର୍ଯ୍ୟା ଛାଡିଦେବା ଉଚିତ୍ । ନ ହେଲେ ଦେବାଦେବୀ ଓ ନବଗ୍ରହମାନେ ରୁଷ୍ଟ ହୋଇଥାଆନ୍ତି ।


ଉଭୟ ପୁରୁଷ ଓ ମହିଳା ମନ୍ତ୍ରକୁ ନିଦରୁ ଉଠିବା ମାତ୍ରେ ସ୍ନାନ ନ କରି ମନ୍ତ୍ର ଜପି ପାରିବେ। ତାହା ହେଲା –" ବ୍ରହ୍ମା ମୁରାରୀ ତ୍ରପୁରାନ୍ତକାରୀ ଭାନୁଃ ଶଶି ଭୂମିସତୋ ବୁଧଶ୍ଚ । ଗୁରୁଶ୍ଚ ଶୁକ୍ରଃ ଶନି ରାହୁକେତୁବଃ କୁର୍ବନ୍ତୁ ସର୍ବେ ମମସୁପ୍ରଭାତମ୍" । ଏହି ମନ୍ତ୍ର ଜପ କରିବା ଦ୍ୱାରା ସମସ୍ତ ଦେବାଦେବୀ ଓ ନବଗ୍ରହଙ୍କ ଆର୍ଶୀବାଦ ମିଳିଥାଏ। 🙏



No comments