Support

Breaking News

ଆବଶ୍ୟକୀୟ ସତର୍କତା ଅବଲମ୍ବନ ନକଲେ ହୋଲି ଖେଳ କାଳ ପାଲଟିଯାଏ। କେମିତି ନିରାପଦରେ ରଂଗ ଖେଳି ଆମେ ହୋଲିର ମଜା ଉଠାଇବା ପାରିବା ?

happy hoili , how to remove colours from skin in odia

ଆସିଛି ରଙ୍ଗର ପର୍ବ ହୋଲି ପୁରାତନକଳାରୁ ଏହି ପର୍ବକୁ ବହୁତ୍ ଯାକଜମକରେ ପାଳନ କରାଯାଇଆସୁଛି,ଏହି ଦିନ ସମସ୍ତଙ୍କ ଜୀବନକୁ ରଂଗୀନ କରିଥାଏ ଭାଇଚାରାର ପର୍ବ ହୋଲି ବନ୍ଧୁ-ଶତ୍ରୁ ଭୁଲି ଏହି ଦିନେ ଲୋକେ ପରସ୍ପରଙ୍କୁ ରଂଗ ଲଗାଇଥାନ୍ତି ହୋଲିର ରଙ୍ଗ ତ୍ୱଚା ପାଇଁ ଯେତେ ବି ଅପକାରୀ ହେଉ ମଧ୍ୟ ରଙ୍ଗ ଖେଳିବା ସହିତ ଭାରତୀୟମାନେ କେବେ ସାଲିସ୍ କରନ୍ତି ନାହିଁ ବେଳେ ବେଳେ ଏହା ଆଖିକୁ ପ୍ରଭାବିତ କରେ କେବେ ଚର୍ମ ରୋଗ ପୁଣି ବ୍ରଣର କାରଣ ପାଲଟେ  ତେବେ, ଆବଶ୍ୟକୀୟ ସତର୍କତା ଅବଲମ୍ବନ ନକଲେ ହୋଲି ଖେଳ କାଳ ପାଲଟିଯାଏ

ଆସନ୍ତୁ ଜାଣିବା କେମିତି ନିରାପଦରେ ରଂଗ ଖେଳି ଆମେ ହୋଲିର ମଜା ଉଠାଇବା ପାରିବା


1.ରାସାୟନିକ ରଙ୍ଗ ଖେଳନ୍ତୁନାହିଁ। ଗୁଳ୍ମ ପ୍ରସ୍ତୁତ ଅବିରରେ ଅଥବା ହର୍ବଲ ରଙ୍ଗରେ ଖେଳନ୍ତୁ। ଏହା କ୍ଷତିକାରକ ନୁହେଁ


2.ରଙ୍ଗ ରଙ୍ଗ ଖେଳିବାକୁ ଯିବା ଅଧଘଣ୍ଟା ପୂର୍ବରୁ - ଗ୍ଲାସ ପାଣି ପିଅନ୍ତୁ, ପାଣି ଦେହକୁ ଶୁଷ୍କ ହେବାରୁ ରକ୍ଷା କରେ ରାସାୟନିକ ରଙ୍ଗ ସହଜରେ ଚର୍ମ ଭିତରକୁ ପ୍ରବେଶ କରିପାରେ ନାହିଁ


3.ରଙ୍ଗ ଖେଳିବା ପୂର୍ବରୁ ଫୁଲ ପ୍ୟାଣ୍ଟ ଫୁଲ୍ ହାତ ଥିବା କପଡା ପରିଧାନ କରନ୍ତୁ ଏହା ଆପଣଙ୍କ ଶରିରକୁ ସିଧାସଳଖ ରାସାୟନିକ ରଙ୍ଗ  ସଂଷ୍ପର୍ଶରେ ଆସିବାରୁ ରକ୍ଷା କରିଥାଏ

happy hoili , how to remove colours from skin in odia, odia holi festival

4.ରଙ୍ଗ ଖେଳିବାକୁ ଯିବା ପୂର୍ବରୁ ନଡିଆ ବା ସୋରିଷତେଲ ସାରା ଦେହରେ  ମାଲିସକରନ୍ତୁ। ଭଲ କ୍ରିମ୍ ବି ଲଗାଇପାରନ୍ତି। ମୁହଁ ଦେହରେ ସନ୍ ସ୍କ୍ରିନ୍ ଲୋସନ୍ ଲଗାନ୍ତୁ। ତେଲ, ସନ୍ ସ୍କ୍ରିନ୍ ଲୋସନ୍ ଆଦି ରଙ୍ଗ ଭେଦିବାକୁ ଦିଏନାହିଁ। ରଙ୍ଗର ରାସାୟନିକ ପ୍ରଭାବରୁ ସୁରକ୍ଷା ଦିଏ। ରଙ୍ଗ ସହଜରେ ଛାଡ଼ିଯାଏ


5.ରଙ୍ଗ ଖେଳୁଥିବା ବେଳେ କୌଣସି ଖାଦ୍ୟ ରଙ୍ଗ ହାତରେ ଖାଆନ୍ତୁ ନାହିଁ ଏହା ଦ୍ବାରା ରାସାୟନିକ ରଙ୍ଗ ପେଟ ଭିତରକୁ ଯିବାର ସମ୍ଭାବନା ଅଛି


6.ସନ୍ ଗ୍ଲାସ୍ ପିନ୍ଧି ରଙ୍ଗ ଖେଳନ୍ତୁ ଆଖିରେ ରଙ୍ଗ ଲାଗିଲେ, ଆଖିକୁ କୁଣ୍ଡାଇ ଥଣ୍ଡା ପାଣିରେ ଧୁଅନ୍ତୁ। ସାବୁନ ଲଗାଇବା ଅନୁଚିତ



7. ରଙ୍ଗ ତ୍ଵଚାରୁ ଛଡ଼ାଇବା ପାଇଁ ତ୍ଵଚାକୁ ରଗଡ଼ନ୍ତୁନାହିଁ। ଏହା ଦ୍ଵାରା ଚର୍ମର କ୍ଷତି ହୁଏ। ଗାଧୋଇବା ପୂର୍ବରୁ ମୁହଁରେ ମୁଲତାନୀ ମାଟି ଲଗାନ୍ତୁ। ଶୁଖିଯିବା ପରେ ପାଣିରେ ଧୋଇଲେ, ରଙ୍ଗ ସହଜରେ ଛାଡ଼ିଯାଏ



8.କଡ଼ା ରାସାୟନିକ ରଙ୍ଗ ଛଡ଼ାଇବା ପାଇଁ କିରୋସିନ୍ ବ୍ୟବହାର କରନ୍ତୁ। କିଛି ସମୟ ହଳଦି ଲଗାଇରଖିଲେ ମଧ୍ୟ ରଙ୍ଗ ଛାଡ଼ିିଯାଏ

No comments