Support

Breaking News

ଘରୋଇ ବସ୍ ସଂଖ୍ୟା 17 ହଜାର ସାଙ୍ଗକୁ ସରକାରୀ ବସ୍ ସଂଖ୍ୟା 430

ରାଜ୍ୟରେ ବଢି ଚାଲିଛି ଜନସଂଖ୍ୟା । ତାଳ ଦେଇ ବୃଦ୍ଧି ପାଉଛି ଯାନବାହନ ସଂଖ୍ୟା । ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖି ଘରୋଇ ବସ୍ ସଂଖ୍ୟା 17 ହଜାରରେ ପହଂଚିଲାଣି । ମାତ୍ର ସରକାରୀ ବସ୍ ସଂଖ୍ୟା ବଢୁନାହିଁ ।  ଦୂରଗାମୀ କେତେକ ନିର୍ଦ୍ଦିଷ୍ଟ ରୁଟ୍ କୁ ଛାଡ଼ିଦେଲେ ଅନ୍ୟ କେଉଁଠି ସରକାରୀ ବସ୍ ଦେଖିବାକୁ ବି ମିଳୁନି । କୋରାପୁଟ, ଜୟପୁର, ମାଲକାନଗିରି, ନବରଙ୍ଗପୁର ଓ ବଲାଙ୍ଗିରକୁ ଛାଡ଼ି ଦେଲେ  ଉପକୂଳ ଓଡ଼ିଶାରେ ସରକାରୀ ବସ୍ ସେବା ଠପ୍ ହୋଇଯାଇଛି । କୌଣସି କାରଣ ବଶତଃ ଘରୋଇ ବସ୍ ବନ୍ଦ ହେଲେ ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି । କ୍ଷତି ଦର୍ଶାଇ ଓଏସଆରଟିସି ବସ୍ ସେବା ବନ୍ଦ କରି ଦିଆଯାଇଛି । ଏବେ ସାରା ରାଜ୍ୟରେ ଗଡୁଛି ମାତ୍ର 430ଟି ବସ୍ ।

ବିଗତ 5 ବର୍ଷରେ ସରକାର ନୂଆ ବସ୍ କିଣିବା ପାଇଁ ମାତ୍ର 28 କୋଟି ଟଙ୍କା ଦେଇଛନ୍ତି । 2012-13ରେ ୮କୋଟି, 2016-17ରେ 20 କୋଟି ଟଙ୍କା ମିଳିଛି । 2013-14, 2014-15 ଓ 2015-16 ବର୍ଷରେ ଟଙ୍କାଟିଏ ବି ମିଳିନାହିଁ ନୂଆ ବସ୍ କିଣିବା ପାଇଁ  । ଓଏସଆରଟିସି 91ଟି ବସ୍ କିଣି ଯେନତେନ ପ୍ରକାରେ କାମ ଚଳାଇଛି । ରାଜ୍ୟ ପାଇଁ ଅନ୍ୟୁନ 15000 ସରକାରୀ ବସ୍ ହୋଇପାରିଲେ ଘରୋଇ ବସ୍ ର ମନମାନିକୁ ଦୂର କରାଯାଇପାରନ୍ତା, କିନ୍ତୁ ତାହା କରାଇ ଦିଆଯାଉନାହିଁ ବୋଲି ଚର୍ଚ୍ଚା ହେଉଛି ।

No comments