Support

Breaking News

Samsung AX7000 Air Purifier | odia Tech

Samsung AX7000 Air Purifier | odia Tech

ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ୍‌ ସାମସଙ୍ଗ ଇଣ୍ଡିଆ ପକ୍ଷରୁ ପ୍ରିମିୟମ୍‌ ଏୟାର ପ୍ୟୁରିଫାୟର୍‌ ଏଏକ୍ସ୭୦୦୦ ଉନ୍ମୋଚନ କରାଯାଇଛି। ଏଏକ୍ସ୭୦୦୦ ଏତେ ପତଳା ଯେ ଏହାକୁ ଯେକୌଣସି ସ୍ଥାନରେ ଖଞ୍ଜିହେବ। ଏହାର ସାମ୍ନାରେ ରହିଛି ଏକ ଏୟାର ଇଣ୍ଟେଲ୍‌। ତେଣୁ ଏହାକୁ କାନ୍ଥରୁ ଟାଣିବାକୁ କିମ୍ବା ହଟାଇବାକୁ ପଡ଼ିବ ନାହିଁ। ଏଏକ୍ସ୭୦୦୦ ଅନଲାଇନ୍‌ ଏବଂ ଅଫ୍‌ଲାଇନ୍‌ ଷ୍ଟୋର୍‌ରେ ଉପଲବ୍ଧ  ଏଏକ୍ସ୭୦୦୦ ମୂଲ୍ୟ ୪୧,୯୯୦ ଟଙ୍କା ରହିଛି।

ସାମସଙ୍ଗର ଏହି ଏୟାର ପ୍ୟୁରିଫାୟର ଏଏକ୍ସ୭୦୦୦, ଏହାର ଅତ୍ୟାଧୁନିକ ପିଏମ୍‌ ୨.୫ ଫିଲ୍‌ଟର୍‌ ଜରିଆରେ ଶୀଘ୍ର ବିଶୁଦ୍ଧୀକରଣ ପ୍ରଦାନ କରୁଛି। ପିଏମ୍‌ ୨.୫ ଫିଲ୍‌ଟର ହେଉଛି ଏକ ମେକାନିକାଲ୍‌ ଏୟାର ଫିଲ୍‌ଟର୍‌ ଯାହା ପବନକୁ ଏକ ଫାଇନ୍‌ ମେସ୍‌ ଦେଇ ଗତି କରିବାକୁ ବାଧ୍ୟ କରିଥାଏ ଏବଂ ପବନରେ ଥିବା ହାନିକାରକ ଉପାଦାନଗୁଡିକୁ ଧରିନିଏ। ହାୟର କ୍ଲିନ୍‌ ଏୟାର୍‌ ଡେଲିଭରୀ ରେଟ୍‌ (ସିଏଡିଆର୍‌) ସହିତ ନୂଆ ଫ୍ଲାଗ୍‌ଶିପ୍‌ ଏଏକ୍ସ୭୦୦୦ ଶୀଘ୍ର ବିଶୁଦ୍ଧୀକରଣ ପ୍ରଦାନ କରୁଛି ଏବଂ ତିନି ପାଖିଆ ବାୟୁ ପ୍ରବାହ ସହିତ ବୃହତ୍‌ ଅଞ୍ଚଳକୁ ପବନ ଯୋଗାଉଛି।

ଡିଜିଟାଲ୍‌ ଇନଭର୍ଟର ମୋଟର ଗ୍ରାହକଙ୍କୁ ଦୀର୍ଘସ୍ଥାୟିତ୍ୱ ଏବଂ ଦୀର୍ଘମିଆଦୀ ଶକ୍ତି ମିତବ୍ୟୟିତା ପ୍ରଦାନ କରୁଛି। ଚାରି ସ୍ତରର ବାୟୁ ବିଶୁଦ୍ଧୀକରଣ ଡବଲ୍‌ ସୁରକ୍ଷା ପ୍ରଦାନ କରୁଛି ଏବଂ ପରିଣାମ ସ୍ବରୂପ ସତେଜ ଓ ପ୍ରଦୂଷଣମୁକ୍ତ ବାୟୁ ମିଳୁଛି। ‘ସାମସଙ୍ଗରେ ଆମେ ଗ୍ରାହକଙ୍କୁ ଶୁଣୁଛୁ ଏବଂ ସେମାନଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଅର୍ଥପୂର୍ଣ୍ଣ ନୂତନତ୍ୱ ପ୍ରଦାନ କରୁଛୁ। କଟିଂ ଏଜ୍‌ ପ୍ରଯୁକ୍ତି ଏବଂ ଉତ୍କୃଷ୍ଟ ଡିଜାଇନ୍‌ ସହିତ ସାମସଙ୍ଗର ଏୟାର ପ୍ୟୁରିଫାୟର ରେଞ୍ଜ୍‌ ଗ୍ରାହକମାନଙ୍କୁ ଆନ୍ତଃ ପ୍ରଦୂଷଣରୁ ସୁରକ୍ଷା ପ୍ରଦାନ କରୁଛି ବୋଲି ସାମ୍‌ସଙ୍ଗ ଇଣ୍ଡିଆର କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ବ୍ୟବସାୟ ଉପସଭାପତି ରାଜୀବ ଭୁଟାନି ପ୍ରକାଶ କରିଛନ୍ତି।

No comments