Support

Breaking News

ସୀତାଙ୍କୁ ଅପହରଣ କରିଥିଲେ ରାମ, କେଉଁ ରାଜ୍ୟର ପାଠ୍ୟ ପୁସ୍ତକରେ ରହିଛି ଜାଣନ୍ତୁ


ଦେଶରେ ଗୁଜୁରାଟ ମଡେଲ ନେଇ ବେଶ୍‌ ଚର୍ଚ୍ଚା ଜାରି ରହିଛି। ତେବେ ଏଠାକାର କୋମଳମତି ଛାତ୍ରୀଛାତ୍ରଙ୍କୁ ଦିଆଯାଉଛି ଭୁଲ ଶିକ୍ଷା। ପିଲାଙ୍କୁ ପଢ଼ାଯାଉଥିବା ସଂସ୍କୃତ ବହିର 106 ପୃଷ୍ଠାରେ ବର୍ଣ୍ଣନା କରାଯାଇଛି ଯେ, ରାମ ସୀତାଙ୍କୁ ଅପହରଣ କରିଥିଲେ। ଏନେଇ ଲକ୍ଷ୍ମଣ ରାମଙ୍କୁ ଅବଗତ କରାଉଥିବା ପାଠ୍ୟ ପୁସ୍ତକରେ ସୂଚିତ କରାଯାଇଛି। ପାଠ୍ୟ ପୁସ୍ତକରେ ଥିବା ଏହି ଭୁଲ୍‌ ସମ୍ପର୍କରେ ଗୁଜରାଟ ବୋର୍ଡ ଅଫ୍‌ ଟେକ୍ସଟ୍‌ ବୁକ୍ସ୍‌ର କାର୍ଯ୍ୟନିବାହୀ ସଭାପତି ନୀତୀନ୍‌ ପେଠାନି ପ୍ରଥମେ ଜାଣି ନ ଥିବା କହିଥିବାବେଳେ ପରେ ଏହା ସ୍ବୀକାର କରିଛନ୍ତି। ଅନୁବାଦ ସମୟରେ ଏପରି ତ୍ରୁଟି ହୋଇଥିବାର ସେ କହିଛନ୍ତି। ଏବେ ଏହି ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

No comments