Support

Breaking News

ଭାରତୀୟ ସେନା ଜାରି କରିଛି ସତର୍କ ସୂଚନା। ଚାଇନିଜ୍ ହ୍ୟାକର ଆପଣଙ୍କ ହ୍ୱାଟ୍ସଆପ ଆକାଉଣ୍ଟକୁ ହ୍ୟାକ୍ କରିପାରନ୍ତି।

whatsapp hack by chinese hacker

ଭାରତୀୟ ସେନା ଜାରି କରିଛି ସତର୍କ ସୂଚନା। ଚାଇନିଜ୍ ହ୍ୟାକର ଆପଣଙ୍କ ହ୍ୱାଟ୍ସଆପ ଆକାଉଣ୍ଟକୁ ହ୍ୟାକ୍ କରିପାରନ୍ତି। ଚାଇନିଜ୍ ହ୍ୟାକର୍ ଭାରତୀୟଙ୍କ ହ୍ୱାଟ୍ସ ଆପ୍ ଆକାଉଁଟ୍ ଉପରେ ନଜର ରଖିଥିବା ସେନା ପକ୍ଷରୁ କୁହାଯାଇଛି ଏନେଇ ସେନା ନିଜ ଟ୍ୱିଟର ଆକାଉଁଟରେ ଏକ ଭିଡ଼ିଓ ଜାରି କରିବା ସହ ସତର୍କ ରହିବାକୁ କହିଛି

ଭାରତୀୟ ସେନା ଜାରି କରିଛି ସତର୍କ ସୂଚନା ଯେଉଁଥିରେ ଚୀନ ହ୍ୟାକର୍ ଭାରତୀୟଙ୍କ ହ୍ୱାଟ୍ସ ଆପ୍ ଆକାଉଣ୍ଟ ଉପରେ ନଜର ରଖିଥିବା ସେନା କହିଛି ଏନେଇ ସେନା ଏକ ଭିଡ଼ିଓ ଜାରି କରିବା ସହ ସତର୍କତା ଅବଲମ୍ବନ କରିବାକୁ କହିଛି ଭାରତୀୟ ଡିଜିଟାଲ୍ ୱାର୍ଲ୍ଡ ଭିତରକୁ ପ୍ରବେଶ କରିବାକୁ ଚୀନ ହ୍ୟାକର୍ ଅହରହ ଚେଷ୍ଟା କରୁଥିବା ସେନା ପକ୍ଷରୁ କୁହାଯାଇଛି ଏଥିପାଇଁ ହ୍ୱାଟ୍ସ ଆପ୍ ଗ୍ରୁପ୍ ଜରିଆରେ ଆକାଉଣ୍ଟ ହ୍ୟାକ୍ କୌଶଳକୁ ହ୍ୟାକର୍ ଆପଣାଉଥିବା ସେନାର ସତର୍କ ସୂଚନାରେ କୁହାଯାଇଛି


ଭାରତୀୟଙ୍କ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ଲିକ ପାଇଁ ଚୀନ ହ୍ୟାକର୍ ଯୋଜନା କରୁ ଥିବା ଜଣାପଡ଼ିଛି ହ୍ୟାକରଙ୍କ ଟାର୍ଗେଟରେ ଗୁଇନ୍ଦା ପୁଲିସ୍ ବିଭାଗ ଥିବା ମଧ୍ୟ ଜଣା ପଡ଼ିଛି ଅନ୍ୟପଟେ ଭାରତର ସାମ୍ପ୍ରତିକ ସ୍ଥିତି ଜାଣିବାକୁ ଚୀନ ଏଭଳି ଷଡ଼ଯନ୍ତ୍ର ରଚିବା ବିଶେଷଜ୍ଞ କହିଛନ୍ତି ତେବେ ସାବଧାନ ରହିଲେ ବର୍ତିହେବ ସାଇବର ହମଲାରୁ

କିଭଳି ଚୀନ ହ୍ୟାକରଙ୍କଠୁ  ରହିବେ ସତର୍କ ?

ହ୍ୱାଟ୍ସ ଆପ୍ ହ୍ୟାକିଂରୁ କିପରି ବର୍ତିବେ  ? ଏନେଇ କିଛି ସୂଚନା ମଧ୍ୟ ଦେଇଛି ଭାରତୀୟ ସେନା

• ‘+86’ ନମ୍ବର ଜରିଆରେ ହ୍ୟାକିଂ ପାଇଁ ଉଦ୍ୟମ କରୁଛନ୍ତି ହ୍ୟାକର୍
ହ୍ୱାଟ୍ସ ଆପ୍ ଗ୍ରୁପକୁ ପ୍ରଥମେ ପ୍ରବେଶ କରୁଛନ୍ତି ହ୍ୟାକର
ହ୍ୱାଟ୍ସ ଆପ୍ ରେ କୌଣସି ଗ୍ରୁପରେ +86 ରୁ ନମ୍ବର ଆରମ୍ଭ ହୋଇଥିଲେ  ଦୂରେଇ ରୁହନ୍ତୁ
କୌଣସି ଅଜଣା ଅଚିହ୍ନା ଗ୍ରୁପରେ ସଦସ୍ୟ ରୁହନ୍ତୁ ନାହିଁ
ଗ୍ରୁପର ଅନ୍ୟ ସଦସ୍ୟଙ୍କ କଣ୍ଟାକ୍ଟ ନମ୍ବର ସେଭ ରଖନ୍ତୁ
ନିଜ ନମ୍ବର ପରିବର୍ତନ କଲେ ଗ୍ରୁପ ଆଡମିନଙ୍କୁ ଜଣାନ୍ତୁ
ଗ୍ରୁପରେ ଅନ୍ ନୋନ୍ ବା ଅଜଣା ନମ୍ବର ଥିଲେ ତୁରନ୍ତ ଯାଂଚ କରନ୍ତୁ


No comments