Support

Breaking News

ଭାରତ ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଦେଶୀଙ୍କ ପସନ୍ଦ


ଏକ ଅନୁଧ୍ୟାନରୁ ଜଣାପଡିଛ ଯେ ଭାରତରେ କମ୍‌ ଖର୍ଚ୍ଚ ଓ ସୁବିଧାରେ  ଚିକିତ୍ସା ସେବା ମିଳୁଥିବାରୁ ବିଦେଶୀ ନାଗରିକମାନେ ଭାରତ ଆସୁଛନ୍ତି  । ଚିକିତ୍ସା କ୍ଷେତ୍ରରେ ବିଦେଶୀ ନାଗରିକଙ୍କ ପାଇଁ ଭାରତ  ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛି। ଅନେକ ବିଦେଶୀ ନାଗରିକ ଭାରତ ଆସି ଚିକିତ୍ସା ସୁବିଧା ନେବାକୁ ପସନ୍ଦ କରୁଛନ୍ତି । 2016 ମସିହାରେ 1678 ପାକିସ୍ତାନୀ ନାଗରିକ ଓ 296 ଆମେରିକୀୟଙ୍କ ସମେତ ପାଖାପାଖି 2 ଲକ୍ଷରୁ ଅଧିକ ବିଦେଶୀ ଚିକିତ୍ସା ପାଇଁ ଭାରତ ଆସିଥିବା ଜଣାପଡିଛି।

ଗୃହ ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁଯାୟୀ 2016ରେ ସାରା ବିଶ୍ୱର 54ଟି ଦେଶରୁ 2 ଲକ୍ଷରୁ ଅଧିକ ନାଗରିକଙ୍କୁ ଚିକିତ୍ସା ଭିସା ଦିଆଯାଇଥିବା କୁହାଯାଇଛି। ତେବେ କମ୍‌ ଖର୍ଚ୍ଚରେ ଓ ସୁବିଧାରେ ଭାରତରେ ଚିକିତ୍ସା ସେବା ମିଳୁଥିବାରୁ ବିଦେଶୀ ନାଗରିକମାନେ ଭାରତ ଆସୁଥିବା ଅନୁଧ୍ୟାନରୁ ଜଣାପଡିଛି।

No comments