Support

Breaking News

ଦୀପିକା ବାହା ହେବେ? 😂

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଶ୍ରୀଲଙ୍କାରେ ନିଜ ବୟଫ୍ରେଣ୍ଡ ରଣବୀର ସିଂହଙ୍କ ସହ ନୂଆ ବର୍ଷ ମନାଉଛନ୍ତି। ଖବର ମୁତାବକ ଦୀପିକା ନିଜ ଜନ୍ମଦିନ ମଧ୍ୟ ସେଠାରେ ବନେଇବାକ ମୁଡ୍‌ରେ ଅଛନ୍ତି।  ଜାନୁଆରୀ ୫ ତାରିଖରେ ଦୀପିକା ନିଜ ୩୨ତମ ଜନ୍ମ ଦିବସ ପାଳନ କରିବେ। ଚର୍ଚ୍ଚା ହେଉଛି, ଉକ୍ତ ଦିନରେ ଦୁହେଁ ନିର୍ବନ୍ଧ କରିପାରନ୍ତି।

Mid day  ରିପୋର୍ଟ ମୁତାବିକ ଉଭୟ ଶ୍ରୀଲଙ୍କାରେ ଜନ୍ମଦିନ ପାଲନ କରିବାର ଯୋଜନା ରଖିଛନ୍ତି। ରଣବୀର ସେଠାକୁ ଏକ ଫଟୋ ସୁଟ୍‌ ପାଇଁ ଯାଇଥିଲେ। ତାପରେ ଦୀପିକା ନ୍ୟୁୟର ମନାଇବାକୁ ତାଙ୍କ ସହ ଯୋଗ ଦେଇଥିଲେ। ସେଠାରେ ନିର୍ବନ୍ଧ କରିବା ସହ ବିବାହ ମଧ୍ୟ ବହୁ ଜଲଦି କରିବେ ବୋଲି ଯୋଜନା କରୁଛନ୍ତି। ଏ କଥା କେତେଦୂର ସତ, ତାହା ସ୍ପଷ୍ଟ ହୋଇନି।

ନିକଟରେ ରଣବୀର ଦୀପିକାଙ୍କ ବାପାଙ୍କ ସହ ସାକ୍ଷତ କରିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
କିଛିଦିନ ପୂର୍ବରୁ ଦୀପିକା ଏକ ସାକ୍ଷତକାରରେ କହିଥିଲେ ‘‘ଯେବେ ଆମେ ଦୁହେଁ ପରସ୍ପର ପାଖରେ ଥାଉ ଆମକୁ ଆଉ କାହାରି ଆବଶ୍ୟକତା ନଥାଏ’’।

No comments