Support

Breaking News

Electric Scooter Okinawa Praise Launched in India at Rs 59,899

Electric Scooter Okinawa Praise Launched in  India  at Rs 59,899
ଭାରତୀୟ  ବଜାରରେ ଇ-ସ୍କୁଟର (Electric scooter) "Praise"ଲଞ୍ଚ ହୋଇଛି। ଏହା Okinawa କମ୍ପାନୀର ଦ୍ୱିତୀୟ ଇ-ସ୍କୁଟର ‘’।ଏହାର ଟପ୍‌ ସ୍ପିଡ୍‌ ଘଣ୍ଟାପ୍ରତି ୭୫ କିମି ରହିଛି ଓ ଏଥିରେ ୧୦୦୦ ୱାଟ ବିଶିଷ୍ଟ ଇଲେକ୍ଟ୍ରିକ୍‌ ମଟର ଲାଗିଛି, ଏଥିସହିତ ଓକିନାୱା ପ୍ରେଜ୍ ୨୫୦୦ ୱାଟର ପାୱାର ଆଉଟ ପୁଟ ଦେଇଥାଏ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏହା ଥରେ ଚାର୍ଜ ହେଲେ ୧୭୫ କିମିରୁ ୨୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିଥାଏ।ସ୍କୁଟରଟି ଦେଶର ସବୁଠାରୁ ଦ୍ରୁତଗାମୀ ଇ-ସ୍କୁଟର ହେବ ବୋଲି କମ୍ପାନୀ ଦାବି କରିଛି।

କମ୍ପାନୀ ପୂର୍ବରୁ Okinawa Ridge ନାମକ ଏକ ସ୍କୁଟର ଲଞ୍ଚ କରିଥିଲା। Okinawa Praise ଦିଲ୍ଲୀର ଏକ ସୋ ରୁମ୍‌ରେ ଏହି ନୂଆ ମଡେଲ ଲଞ୍ଚ କରିଛି ଯାହାର ମୂଲ୍ୟ ରହିଛି ୫୯,ହଜାର ୮୮୯ ଟଙ୍କା ।

ଦମଦାର ଓ ପାୱାରଫୁଲ ବ୍ୟାଟେରି- ଏହି ସ୍କୁଟର୍ ସମ୍ପୁର୍ଣ୍ଣ ଚାର୍ଜ ହେବାକୁ ପ୍ରାୟ ୪ରୁ ୬ ଘଣ୍ଟା ସମୟ ଲାଗିଥାଏ। ଏଥିରେ ଦୁଇ ପ୍ରକାର ବ୍ୟଟେରି ସିଷ୍ଟମ ରହିଛି। ଏହାର VRLA ବ୍ୟାଟରି ଚାର୍ଜ ହେବାକୁ ୬ରୁ ୮ ଘଣ୍ଟା ସମୟ ନେଉଥିବା ବେଳେ Lithium ion ବ୍ୟାଟେରି ୨ ଘଣ୍ଟାରେ ଚାର୍ଜ ହୋଇଥାଏ।ଏହି ସ୍କୁଟରଟି ୩ ପ୍ରକାରର ସ୍ପିଡ ମୋଡେଲ ଯଥା ଇକୋନୋମି, ସ୍ପୋର୍ଟି ଓ ଟର୍ବୋ ରହିଥିବା ବେଳେ ଟର୍ବୋ ଚାର୍ଜର ସହିତ ମଧ୍ୟ ଉପଲବ୍ଧ ହେଉଛି।

ଅତ୍ୟାଧୁନିକ ସୁବିଧା: ୱକିନାୱା ପ୍ରଜ୍‌ ସ୍କୁଟରର ସାଇଡ୍ ଷ୍ଟାଣ୍ଡରେ ସେସଂର ଓ ଇନ୍‌ ବିଲ୍ଟ ସେଫ୍ଟି ଫିଚର୍ସ ଲାଗିଛି। ମେନ୍‌ ଷ୍ଟାଣ୍ଡରେ ଆଣ୍ଟି ସେଫ୍ଟି ସେସଂର ମଧ୍ୟ ଲାଗିଛି,ଫଳର ସ୍କୁଟର ସହଜରେ ଚୋରି ହୋଇପାରିବ ନାହିଁ। ଏଥିରେ ଏଲ୍‌.ଇ.ଡି ଟେଲଲାଇଟ୍ ଓ ଇଣ୍ଡିକେଟର ବ୍ୟବସ୍ଥା ମଧ୍ୟ ରହିଛି।

No comments