Support

Breaking News

Aadhaar Linking With LIC Policy | Odia Tech

ଏଣିକି ଘରେ ବସି କରିପାରିବେ ଏଲ୍‌ଆଇସି ପଲିସିକୁ ଆଧାର ସହ ସଂଯୋଗ

ଭାରତର ସର୍ବ ବୃହତ ଜୀବନ ବୀମାକୁ ଆଧାର କାର୍ଡ ଏବଂ ପ୍ୟାନରେ ସଂଯୋଗ କରିବା ପାଇଁ ୱେବସାଇଟ ପ୍ରସ୍ତୁତ କରାଯାଇଛି ବୋଲି ଲାଇଫ ଇନସ୍ୟୁରାନ୍‌ସ LIC ପକ୍ଷରୁ କୁହାଯାଇଛି ।

 ଏଲଆଇସିଧାରକଙ୍କ ପାଇଁ ଆଧାରକୁ ଅନଲାଇନ ଜରିଆରେ ସଂଯୋଗ କରିବା ପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ କରିଯାଇଛି । ଯାହାକୁ ଅତି ସହଜରେ ଜନତାମାନେ ଲାଭ ଉଠାଇପାରିବେ । କିଛି ଦିନ ପୂର୍ବେ ଆଇଆରଡିଏଆଇ ବୀମା ର୍ନିମାତା ଜୀବନ ବୀମା ସହ ଆଧାର ସଂଖ୍ୟାର ସଂଯୋଗକୁ ଅନିବାର୍ଯ୍ୟ ବୋଲି ଘୋଷଣା କରିଥିଲେ । ତେବେ କିଭଳି ଘରେ ବସି ଆପଣ ଅନଲାଇନ୍‌ ଜରିଆରେ ଆପଣଙ୍କର ବୀମାକୁ ଆଧାର ସହ ଲିଙ୍କ କରିପାରିବେ ଆସନ୍ତୁ ଜାଣିବା।

ଏଲଆଇସି ଏକ ସ୍‌ୱତନ୍ତ୍ର ୱେବସାଇଟ ପ୍ରସ୍ତୁତ କରିଛି-ଯେଉଁଥିରେ ଆଧାର ଏବଂ ପ୍ୟାନକୁ ଅନଲାଇନ ଜରିଆରେ ସଂଯୋଗ କରିବା ନିୟମାବଳୀ ଦର୍ଶା ଯାଇଛି।

୧.ଏଥିପାଇଁ ଆପଣଙ୍କୁ ପ୍ରଥମେ ଜୀବନ ବୀମା ୱେବସାଇଟକୁ ଯାଇ ତାକୁ ଲଗ୍‌ ଇନ୍‌ କରିବାକୁ ପଡିବ । ଯେଉଁଥିରେ ଆଧାର ଏବଂ ପ୍ୟାନକୁ ଆଧାର ସହ ଲିଙ୍କ ନିୟମ ଉପରେ କ୍ଲିକ୍‌ କରିବାକୁ ପଡ଼ିବ।

୨. ଏହାପରେ ଆପଣଙ୍କୁ ସେଠାରେ ଟୁ-ଡୁ ଚେକ୍‌ ନାମକ ବିକଳ୍ପ ନଜର ଆସିବ । ଯାହାକୁ ଭଲଭାବରେ ପଢି ବୁଝିବାକୁ ହେବ ।

୩.ଏହାପରେ ସେଠାରେ ୟୁଆଇଡିଏଆଇରେ ରେଜିଷ୍ଟର ଥିବା ଆପଣଙ୍କର ମୋବାଇଲ ନମ୍ବରକୁ ଭର୍ତ୍ତି କରିବାକୁ ପଡିବ । ଯେଉଁଥିରେ ଆପଣଙ୍କ ନିକଟକୁ ଏକ ଓଟିପି କୋଡ ଆସିବ। ଏହି କୋଡକୁ ସେଠାରେ ଦେବାକୁ ପଡିବ।

୪. ତେବେ ଏହି ଚେକ ଲିଷ୍ଟରେ ସମସ୍ତ ତଥ୍ୟ ଦେବା ପରେ ସେଠାରେ ଥିବା ‘ପ୍ରୋସିଡ ବଟନ’ ଉପରେ ଆପଣଙ୍କୁ କ୍ଲିକ କରିବାକୁ ପଡିବ ।

୫. ଏହାପରେ ଆପଣଙ୍କର ଆଧାର ନମ୍ବର ବୀମାରେ ଲିଙ୍କ ହୋଇଯିବ ।

No comments