Support

Breaking News

ମାତ୍ର 30 ମିନିଟ୍ ନିଜକୁ ସୁସ୍ଥ ରଖିବା ପାଇଁ


ସ୍ୱାସ୍ଥ ହିଁ ସମ୍ପଦ। ମଣିଷ ଏତେ ବ୍ୟସ୍ତ ରହୁଛି ଯେ ନିଜର ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବାକୁ ଆବଶ୍ୟକ ମୁତାବକ ଗୁରୁତ୍ୱ ଦେଇପାରୁନାହିଁ।  ବର୍ତ୍ତମାନ ପ୍ରାୟ ଅନେକଙ୍କର ଜୀବନ ବ୍ୟସ୍ତମୟ ହୋଇଗଲାଣି। ଦୈନନ୍ଦିନ ଜୀବନଶୈଳୀରେ ମଧ୍ୟ ଦେଖାଦେଇଛି ଅନେକ ପରବର୍ତ୍ତନ। କର୍ମମୟ ଜୀବନ ଓ ସ୍ୱାସ୍ଥ୍ୟ ପ୍ରତି ଅସଚେତନ  ଫଳରେ ଅସମୟରେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛି।

ପ୍ରତିଦିନ ମାତ୍ର ୩୦ ମିନିଟ୍‌ ସମୟ ଯଦି ଜଣେ  ଦିଅନ୍ତି ତେବେ ସେ ନିଜକୁ କେତେକାଂଶରେ ସୁସ୍ଥ ରଖିପାରିବେ। ହେଲେ ଏହି ଅଳ୍ପ ସମୟ ଭିତରେ କରିବେ କ’ଣ ? । ବାସ୍‌, ସକାଳୁ ମାତ୍ର ଅଧ ଘଣ୍ଟାଏ ଚାଲନ୍ତୁ ନା ! ସକାଳର ଏହି ଚାଲିବା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ।ସକାଳୁ ଚାଲିବା ଶରୀରରେ କୋଲେଷ୍ଟରଲକୁ କମାଇବା ସହ ଷ୍ଟ୍ରୋକ୍‌ ଆଶଙ୍କାକୁ କେତେକାଂଶରେ ଦୂର କରିଥାଏ। ଏହାଦ୍ୱାରା ମସ୍ତିଷ୍କର କାର୍ଯ୍ୟଦକ୍ଷତା ଆହୁରି ବଢ଼ିଥାଏ। ଖାସ୍‌ କଥା ହେଲା,ଏହାଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

ସକାଳୁ ଚାଲିବା ଫୁସ୍‌ଫୁସ୍‌କୁ ସୁସ୍ଥ ରଖେ। ସକାଳେ  ଏଭଳି ଚାଲିବା ଡାଇବେଟିସ୍‌ ରୋଗୀଙ୍କ ପାଇଁ ବରଦାନ ସଦୃଶ ହୋଇଥାଏ। ପ୍ରତିଦିନ ଅଧ ଘଣ୍ଟାଏ ଚାଲିଲେ ରକ୍ତରେ ସୁଗାର ପରିମାଣ ସନ୍ତୁଳିତ ରହିଥାଏ। ଏହାର ଆଉ ଏକ ଖାସ୍‌ ଉପକାରୀ ଗୁଣ ରହିଛି। ଏହାଦ୍ୱାରା ହୃତ୍‌ପିଣ୍ଡ (ହାର୍ଟ) ସୁସ୍ଥ ରହିବା ସହ ଆହୁରି ସକ୍ରିୟ ଭାବରେ କାର୍ଯ୍ୟ କରିଥାଏ। ଆର୍ଥରାଇଟିସ ଏବଂ ଓଷ୍ଟିଓପୋରୋସିସ୍‌ ପରି ଗୁରୁତର ସମସ୍ୟାରୁ ଏହା ଅନେକାଂଶରେ ଉପଶମ ଦେଇଥାଏ।

No comments