Support

Breaking News

ଫେସବୁକ୍ ଆଣିଲା ନୂଆ ପେମେଣ୍ଟ ସିଷ୍ଟମ। ହ୍ବାଟ୍ସଆପ୍, ଇନଷ୍ଟାଗ୍ରାମ୍ ଓ ମେସେଞ୍ଜର ଜରିଆରେ ଟଙ୍କା ପଠେଇ ହେବ

ଫେସବୁକ ନିଜର ପେମେଣ୍ଟ ସିଷ୍ଟମ ଆପ୍ ଲଞ୍ଚ କରିଛି। ଟଙ୍କା ନେଣଦେଣ ପାଇଁ ଏହି ଆପ୍ ସାହାଯ୍ୟରେ ଲୋକେ ଫେସବୁକ୍, ହ୍ବାଟସଆପ୍, ଇନଷ୍ଟାଗ୍ରାମ୍ ଓ ମେସେଞ୍ଜର ଜରିଆରେ ଟଙ୍କା ପଠାଇ ପାରିବେ। ଏହି ପେମେଣ୍ଟ ସିଷ୍ଟମର ନାଁ ଫେସବୁକ୍ ପେ (Facebook Pay) ରଖାଯାଇଛି। ଚଳିତ ସପ୍ତାହରେ ଆମେରିକାରେ ଏହା ଫେସବୁକ୍ ଓ ମେସେଞ୍ଜରରେ ଉପଲବ୍ଧ ହେବ। ଏହା ସହ ଖୁବ୍ ଶୀଘ୍ର ଫେସବୁକ୍ ପେ’ ଇନଷ୍ଟାଗ୍ରାମ୍ ଓ ହ୍ବାଟସଆପରେ ମଧ୍ୟ ଉପଲବ୍ଧ କରିଦିଆଯିବ ବୋଲି ଫେସବୁକ୍ କମ୍ପାନି ଘୋଷଣା କରିଛି।
trak.in
ଆମେରିକାରେ ଫେସବୁକ ପେ’କୁ ଆରମ୍ଭ କରି ଦିଆଯାଇଥିବା ବେଳେ ଏହା ସେଠାରେ ଉପଲବ୍ଧ ଥିବା ‘ଗୁଗଲ ପେ’, ଭେନମୋ ଓ ସ୍କୋୟରକୁ ଟକ୍କର ଦେବ। ଫେସବୁକର କୋଟି କୋଟି ବ୍ୟବହାରକାରୀଙ୍କୁ ଦେଖି ଏହାକୁ ଆରମ୍ଭ କରାଯାଇଥିବା ବେଳେ କମ୍ପାନି ଏହି ପେମେଣ୍ଟ ସିଷ୍ଟମଟି ସଫଳ ହେବାର ଆଶା ରଖିଛି। ଇନଷ୍ଟାଗ୍ରାମ୍ ଓ ହ୍ବାଟସଆପରେ ଏହି ସୁବିଧା ଉପଲବ୍ଧ ହେଲେ ଲୋକେ ସିଧାସଳଖ ଭାବେ ଆପ୍ ଜରିଆରେ ପୋଷାକ କିଣିବା ସହ ପରିବାର ଓ ବନ୍ଧୁମାନଙ୍କୁ ଟଙ୍କା ପଠାଇ ପାରିବେ।

No comments