Support

Breaking News

ଆପଣ ଯଦି ଆପଣଙ୍କ ମୋବାଇଲରେ TRUECALLER ଆପ୍‌ର ବ୍ୟବହାର କରୁଛନ୍ତି। ତେବେ ତୁରନ୍ତ ଏହାକୁ ଆପଣଙ୍କ ଫୋନ୍‌ରୁ ଅନ୍‌ ଇନ୍‌ଷ୍ଟଲ କରି ଦିଅନ୍ତୁ।


ଆପଣ ଯଦି ଆପଣଙ୍କ ମୋବାଇଲରେ TRUECALLER ଆପ୍‌ର ବ୍ୟବହାର କରୁଛନ୍ତି। ତେବେ ତୁରନ୍ତ ଏହାକୁ ଆପଣଙ୍କ ଫୋନ୍‌ରୁ ଅନ୍‌ ଇନ୍‌ଷ୍ଟଲ କରି ଦିଅନ୍ତୁ। ନଚେତ୍‌ ଆପଣଙ୍କ ଅଜାଣତରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇପାରେ ।

uninstall truecaller from your smartphone

ଭାରତରେ ପ୍ରାୟ ୧୦ କୋଟିରୁ ଅଧିକ TRUECALLER ଆପ୍‌ ବ୍ୟବହାରକାରୀ ଅଛନ୍ତି।ମୋବାଇଲ୍‌କୁ ଅଜଣା ନମ୍ବରରୁ ଆସୁଥିବା କଲ୍‌କୁ ଚିହ୍ନଟ କରିବା ପାଇଁ ମୋବାଇଲ ବ୍ୟବହାରକାରୀମାନେ TRUECALLER ଆପ୍‌ର ବ୍ୟବହାର କରିଥାଆନ୍ତି।
ନିକଟରେ TrueCaller ବ୍ୟବହାରକାରୀମାନଙ୍କ ନିକଟକୁ ଆସିଥିବା ଏକ ଆପ୍‌ ଅପଟୁଡେଟ୍‌କୁ ଯେଉଁମାନେ କାର୍ଯ୍ୟକାରୀ କରିଛନ୍ତି ସେମାନଙ୍କ ଫୋନ୍‌ରୁ ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ UPI) ଡାଟାକୁ ହ୍ୟାକ୍‌ କରାଯାଇ ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ହଡ଼ପ୍‌ କରାଯାଇ ଥିବାର ଏକାଧିକ ଅଭିଯୋଗ ସାମନାକୁ ଆସିଛି। ବିଶେଷ କରି ICICIBANK ବ୍ୟାଙ୍କ୍‌ ଆକାଉଣ୍ଟଧାରୀମାନେ ଅଧିକ ମାତ୍ରାରେ ଏହିପରି ହ୍ୟାକରମାନଙ୍କର ଶିକାର ହୋଇଛନ୍ତି।
TRUECALLER ଆପ୍‌ ପ୍ରସ୍ତୁତକାରୀ କମ୍ପାନି ପକ୍ଷରୁ ମଧ୍ୟ ଏହି ଘଟଣାକୁ ସ୍ୱୀକାର କରାଯିବା ସହ ଯେଉଁ ବ୍ୟବହାରକାରୀମାନେ ଟ୍ରୁ କଲର ଆପ୍‌ର ୧୦.୪୧.୬ ଅପ୍‌ଡେଟ୍‌କୁ ଡାଉନ୍‌ଲୋଡ୍‌ କରିଛନ୍ତି ସେମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ବୋଲି କହିଛି। ଏଥିସହ ଭାରତରେ ଟ୍ରୁ କଲର ପେମେଣ୍ଟ ସର୍ଭିସ୍‌ ଆଇସିଆଇସିଆଇ ବ୍ୟାଙ୍କର ସହଭାଗିତାରେ ଚାଲିଥିବାରୁ ହ୍ୟାକରମାନେ ଏହି ବ୍ୟାଙ୍କର ଗ୍ରାହକମାନଙ୍କୁ ଅଧିକ ମାତ୍ରାରେ ଟାର୍ଗେଟ କରିଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ପକ୍ଷରୁ କୁହାଯାଇଛି।

No comments