Support

Breaking News

ସ୍ୱାସ୍ଥ୍ୟ ପାଇଁ ଲେମ୍ବୁ ପାଣି ଉପକାରୀ। ଲେମ୍ବୁ ପାଣି ପିିଇବା ଦ୍ୱାରା ଏହି ସବୁ ରୋଗରୁ ମୁକ୍ତି ମିଳିଥାଏ

benefits of drinking lemon water in odia


ଲେମ୍ବୁରେ ଭିଟାମିନ୍‌ ସି ପ୍ରଚୁର ପରିମାଣରେ ଭରପୂର଼ ଥାଏ। ଲେମ୍ବୁ ପାଣି ପିିଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ସକାଳେ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇଲେ ଓଜନ ହ୍ରାସ ହୋଇଥାଏ ବୋଲି ଆମ ସମସ୍ତଙ୍କୁ ଜଣା । କିନ୍ତୁ ଏହା ଛଡା ଏହାର ମଧ୍ୟ ଅନେକ ଉପକାରିତା ଅଛି ଯାହା ଆମେ ଜାଣି ନଥାଉ । ଆସନ୍ତୁ ଜାଣିବା ସେ ସଂପର୍କରେ ।

ଲେମ୍ବୁରେ ଭିଟାମିନ୍‌ ସି ପ୍ରଚୁର ପରିମାଣରେ ଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ମୁହଁରେ ହୋଇଥିବା ନାଲି ଦାଗ ଦୂର ହୋଇଥାଏ । ଲେମ୍ବୁ ପାଣିକୁ ମୁହଁରେ ବ୍ୟବହାର କଲେ, ଡେଡ୍‌ ସେଲ୍‌କୁ ବାହାର କରି ଦେଇଥାଏ ଏବଂ ଅତ୍ୟାଧିକ ତୈଳ ଅଂଶକୁ ମଧ୍ୟ ବାହାର କରିଦେଇଥାଏ ।
health benefits of drinking lemon water in odia

 ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ମେଟାବୋଲିଜମକୁ ବଢେଇ ଦେଇଥାଏ । ଏହା ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖିଥାଏ । କିଡନିରେ ହୋଇଥିବା ଷ୍ଟୋନକୁ ମଧ୍ୟ ନଷ୍ଟ କରିଥାଏ । ଏହା ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ଯଦି ଥଣ୍ଡା ହୋଇଥାଏ, ତା’ହେଲେ ଆପଣ ଲେମ୍ବୁ ପାଣି ପିଅନ୍ତୁ । ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ଡିହାଇଡ୍ରେସନରୁ ରକ୍ଷା କରିଥାଏ । ଆଜମା ଆଦି ରୋଗରେ ପୀଡିତ ଥିବା ଲୋକଙ୍କ ପାଇଁ ଲେମ୍ବୁ ପାଣି ଭଲ କାମ କରିଥାଏ ।

ଲେମ୍ବୁ ପାଣି ନିଶା ଦ୍ରବ୍ୟଜନିତ ସେବନ ଦ୍ୱାରା ହୋଇଥିବା ନିଶାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀର ଠିକ୍‌ ଭାବରେ କାମ କରିଥାଏ । ଶରୀରରେ ଉତ୍ପନ୍ନ ହେଉଥିବା ଲାକ୍ଟିକ୍‌ ଏସିଡ୍‌କୁ କମ୍‌ କରିବାରେ ସହାୟକ କରିଥାଏ । ଲେମ୍ବୁ ପାଣି ବ୍ୟାକ୍ଟେରିଆ କୁ ମାରିଥାଏ ।

ଯଦି ଫୁଡ୍‌ ପଏଜନିଂ ହୋଇଥାଏ, ତା’ହେଲେ ଲେମ୍ବୁ ପାଣି ପିଇଲେ ଏହା ଦୂର କରିଥାଏ । ଯଦି ଆପଣ ପାକସ୍ଥଳି ସଂପର୍କୀତ କିଛି ରୋଗରେ ପୀଡିତ , ତା’ହେଲେ ଲେମ୍ବୁ ପାଣି ପିଇବା ଦ୍ୱାରା ଭଲ ହୋଇଥାଏ ।

No comments