Support

Breaking News

ରେଲଓ୍ବେ ଯାତ୍ରୀମାନେ କାଉଣ୍ଟରରୁ ଟିକେଟ ବୁକିଂ କଲେ ମଧ୍ୟ ବିକଳ୍ପ ସୁବିଧା ଲାଭ କରିବାକୁ ସକ୍ଷମ ହେବେ


ରେଲଓ୍ବେ ଯାତ୍ରୀମାନେ କାଉଣ୍ଟରରୁ ଟିକେଟ ବୁକିଂ କଲେ ମଧ୍ୟ ବିକଳ୍ପ ସୁବିଧା ଲାଭ କରିବାକୁ ସକ୍ଷମ ହେବେ। ଏଥି ଲାଗି ରେଲଓ୍ବେ ଏହାର ଫର୍ମରେ କେତେକ ପରିବର୍ତ୍ତନ ଆଣିଛି। ବର୍ତ୍ତମାନ ବିକଳ୍ପ ଟ୍ରେନ ଆକୋମୋଡେଶନ ସୁବିଧା କେବଳ ଅନଲାଇନ୍‌ ଟିକେଟ ବୁକିଂ ପାଇଁ ଉପଲବ୍ଧ ହେଉଛି। ମାତ୍ର ଏହି ସୁବିଧାକୁ କାଉଣ୍ଟରରୁ ଟିକେଟ ବୁକିଂ କ୍ଷେତ୍ରରେ ମଧ୍ୟ ଲାଗୁ କରାଯିବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି।

 ଓ୍ବେଟିଂ ଲିଷ୍ଟରେ ଥିବା ପାସେଞ୍ଜରଙ୍କୁ ଯାତ୍ରା ସୁବିଧା ନିଶ୍ଚିତ କରାଇବା ତଥା ଉପଲବ୍ଧ ଥିବା ଯାତ୍ରା ସୁବିଧାର ସର୍ବୋଚ୍ଚ ବ୍ୟବହାର ପାଇଁ ଅଲ୍‌ଟର୍‌ନେଟ୍‌ ଟ୍ରେନ ଆକୋମୋଡେଶନ ସ୍କିମ ବିକଳ୍ପ ୨୦୧୫ ରେ ଶୁଭାରମ୍ଭ ହୋଇଥିଲା।

ଏହି ସ୍କିମ ଦ୍ୱାରା ଓ୍ବେଟିଂ ଲିଷ୍ଟ ଯାତ୍ରୀମାନେ ବିକଳ୍ପ ଟ୍ରେନଗୁଡିକରେ ନିଶ୍ଚତ ଯାତ୍ରା ସୁବିଧା ଲାଭର ସୁବିଧା ପାଉଥିଲେ। କାଉଣ୍ଟରରେ ଟିକେଟ ବୁକିଂରେ ଏହି ବିକଳ୍ପ ସୁବିଧା ପ୍ରଦାନ କରାଯିବା ଦ୍ୱାରା ଯାତ୍ରୀମାନେ ଉକ୍ତ ସୁବିଧା ନେବା କିମ୍ବା ନ ନେବା ନେଇ ବିକଳ୍ପ ଚୟନ କରି ପାରିବେ। ଏଥି ଲାଗି ଟିକେଟିଂ ସ୍ତମ୍ଭରେ ୟେସ୍‌ ଏବଂ ନୋ ଚୟନର ବ୍ୟବସ୍ଥା କରାଯାଇଛି। ଯାତ୍ରୀ ଯଦି ଉକ୍ତ ସୁବିଧା ଗ୍ରହଣ କରନ୍ତି ତେବେ ସେହି ରୁଟରେ ଯାଉଥିବା ବିକଳ୍ପ ଟ୍ରେନଗୁଡିକ ଚୟନ କରିବାକୁ ହେବ। ୧୨ ଘଣ୍ଟା, ୨୪ ଘଣ୍ଟା ଏବଂ ୪୮ ଘଣ୍ଟା ମଧ୍ୟରେ ଯାଉଥିବା ଟ୍ରେନଗୁଡିକୁ ଚୟନ କରିବାର ନିୟମ ରହିଛି। ସେହିଭଳି ଯାତ୍ରୀମାନେ ଆଧାର ନମ୍ବର ସେମାନଙ୍କ ପସନ୍ଦ ମୁତାବକ ପ୍ରଦାନ କରିବା ନେଇ ବ୍ୟବସ୍ଥା କରାଯାଇଛି ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି।

No comments