Support

Breaking News

ଡିଜେଲ ଦର ବୃଦ୍ଧି ସାଙ୍ଗକୁ ରାଜ୍ଯ ଘରୋଇ ବସ ଭଡା ବଢିଲା।

ଡିଜେଲ ଦର ବୃଦ୍ଧି ସାଙ୍ଗକୁ ରାଜ୍ଯ ଘରୋଇ ବସ ଭଡା ବଢିଲା।ଏଣିକି ଯାତ୍ରୀଙ୍କୁ ଅତିରିକ୍ତ ଟଙ୍କା ଗଣିବାକୁ ପଡ଼ିବ 
ଓଡିଶା ରାଜ୍ୟ ଘରୋଇ ବସ ମାଲିକ ସଂଘ ଡିଜେଲ ଦର ଆକାଶ ଅହେତୁକ ବୃଦ୍ଧି ହେଉଥିବା କାରଣରୁ ବସ ଭଡ଼ା ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ବର୍ଦ୍ଧିତ ବସ୍‌ ଭଡ଼ା ଆଜି ଠାରୁ( ସୋମବାର) ଲାଗୁ ହୋଇ ଯାଇଛି। ବସ୍‌ ଭଡ଼ା ବୃଦ୍ଧି ହୋଇଥିବାରୁ ଏଣିକି ଯାତ୍ରୀଙ୍କୁ ଅତିରିକ୍ତ ଟଙ୍କା ଗଣିବାକୁ ପଡ଼ିବ।

 ସୂଚନା ଅନୁସାରେ ଅଡ଼ିନାରୀ ବସ କିଲୋମିଟର ପିଛି 68 ପଇସାରୁ 2 ପଇସା ବୃଦ୍ଧି ଘଟି 70 ପଇସା ହୋଇଛି।

 ଏକ୍ସପ୍ରେସ୍‌ ବସ୍‌ରେ ଯାତ୍ରୀଙ୍କୁ କିଲୋମିଟର ପିଛା 71 ପଇସା ବଦଳରେ 73 ପଇସା ଦେବାକୁ ପଡ଼ିବ।

ସେହିଭଳି ଡିଲକ୍ସ ବସ୍‌ କିଲୋମିଟର ପିଛା 4 ପଇସା ବଢ଼ି 97 ପଇସାରୁ 1 ଟଙ୍କା 1 ପଇସା ହୋଇଥିବା

ଏସି ଡିଲକ୍ସ କିଲୋମିଟର ପିଛା 4 ପଇସା ବଢ଼ି 1ଟଙ୍କା 23 ପଇସା ହୋଇଛି।

ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟରେ ପ୍ରାୟ 17000 ଘରୋଇ ବସ ଚାଲୁଛି। ଏଥିରୁ ଅଡିନାରୀ ବସ ସଂଖ୍ୟା ପ୍ରାୟ 8000 ହୋଇଥିବା ବେଳେ ଏକ୍ସପ୍ରେସ ବସ ସଂଖ୍ୟା ହେଉଛି ପାଖାପାଖି ୬୦୦୦। ସେହିଭଳି ରାଜ୍ୟରେ ପ୍ରାୟ 2000 ଡିଲକ୍ସ ବସ୍‌ ଚାଲୁଥିବା ବେଳେ ପାଖାପାଖି 1000 ଏସି ଡିଲକ୍ସ ଚାଲୁଛି ।

ଘରୋଇ ବସ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକଙ୍କ ସୂଚନା ଅନୁସାରେ ବର୍ତ୍ତମାନ ଡିଜେଲ ଦର 74.2 ଟଙ୍କା ଥିବାରୁ ବସ ଚଳାଚଳ କରିବା ମାଲିକମାନଙ୍କୁ ବାଧୁଛି। ଆମକୁ ବର୍ଦ୍ଧିତ ଭଡ଼ା ଦରକାର ନାହିଁ। ଡିଜେଲ ଦର କମିଲେ ବସ୍‌ ଭଡ଼ା କମିବ। ଏହା ଦ୍ୱାରା ସାଧାରଣ ଲୋକ ଉପକୃତ ହେବେ।

No comments