Support

Breaking News

ଲଞ୍ଚ୍‌ ହେଲା Redmi Note 5 ଓ Redmi Note 5 Pro। Price, specifications of Redmi Note 5 and Redmi Note 5 Pro

 ଲଞ୍ଚ୍‌ ହେଲା Redmi Note 5 ଓ Redmi Note 5 Pro। ଚାଇନିଜ୍‌ ସ୍ମାର୍ଟଫୋନ କମ୍ପାନି ସାଓମୀ ପକ୍ଷରୁ  ଏହି ଦୁଇଟି ନୂଆ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରାଯାଇଛି । Redmi Note 5କୁ Redmi Note 4ର ପରବର୍ତ୍ତି ମଡେଲ ବୋଲି କୁହାଯାଉଛି । Redmi Note 5ର ମୂଲ୍ୟ 9999 ଟଙ୍କାରୁ ଆରମ୍ଭ ହେଉଥିବାବେଳେ Redmi Note 5 Pro ମୂଲ୍ୟ 13999 ଟଙ୍କାରୁ ଆରମ୍ଭ ହେଉଛି । ଉଭୟ ସ୍ମାର୍ଟଫୋନ କେବଳ ଇ-କମର୍ସ ପ୍ଲାଟଫର୍ମ Flipkartରେ ଫେବ୍ରୁଆରି 22 ତାରିଖରୁ ଉପଲବ୍ଧ ହେବ ।

Redmi Note 5 - 5.99 ଇଞ୍ଚ୍‌ 18:9 ବ୍ୟାଜେଲ୍‌ ଲେସ୍  ଫୁଲ ଏଚଡି ଡିସପ୍ଲେ, ସହ ଆସୁଛି । ଏହି ସ୍ମାର୍ଟଫୋନଟି ସ୍ନାପଡ୍ରାଗନ 625 ଚିପସେଟ୍‌, 3Gb/4Gb RAM ଓ 32GB/64 GB ଇଣ୍ଟରନାଲ ଷ୍ଟୋରେଜ ସହ ଆସୁଛି। 3GB RAM ଭାରିଆଣ୍ଟର ମୂଲ୍ୟ 9999 ଟଙ୍କା ଓ 4GB ଭାରିଆଣ୍ଟର ମୂଲ୍ୟ 11999 ଟଙ୍କା ରହିଛି । ଏହା 12MP ମେଗାପିକ୍ସେଲ ରିଅର କ୍ୟାମେରା ଓ 5MP ମେଗାପିକ୍ସେଲ ସେଲଫି କ୍ୟାମେରା ସହ ଆସୁଛି । ଫୋନର ପଛପାଖରେ ଫିଙ୍ଗରପ୍ରିଣ୍ଟ ସ୍କାନର ରହିଛି ଓ ଏହା 4000MAH ଏମଏଚ ବ୍ୟାଟେରୀ ସହ ଆସୁଛି ।

Redmi Note 5 Pro - 5.99 ଇଞ୍ଚ୍‌ 18:9 ବ୍ୟାଜେଲ୍‌ ଲେସ୍  ଫୁଲ ଏଚଡି ଡିସପ୍ଲେ, ସହ ଆସୁଛି । ଏହି ସ୍ମାର୍ଟଫୋନଟି ସ୍ନାପଡ୍ରାଗନ 636 ଚିପସେଟ୍‌, 4Gb/6Gb RAM ଓ 64 GB ଇଣ୍ଟରନାଲ ଷ୍ଟୋରେଜ ସହ ଆସୁଛି।  ଏହା 12MP+5MP ଡୁଆଲ ରିଅର କ୍ୟାମେରା ଓ 20MP ମେଗାପିକ୍ସେଲ ସେଲଫି କ୍ୟାମେରା ସହ ଆସୁଛି । ଫୋନର ପଛପାଖରେ ଫିଙ୍ଗରପ୍ରିଣ୍ଟ ସ୍କାନର ରହିଛି ଓ ଏହା 4000MAH ଏମଏଚ ବ୍ୟାଟେରୀ ସହ ଆସୁଛି ।  ୪ଜିବି ଓ ୬ଜିବି ର‍୍ୟାମ ଭାରିଆଣ୍ଟର ମୂଲ୍ୟ ଯଥାକ୍ରମେ 13999 ଓ 16999 ଟଙ୍କା ରହିଛି ।

odiatech.co.in

No comments