Support

Breaking News

ରାଜଧାନୀ , ଶତାବ୍ଦୀ, ଏବଂ ଦୂରୋନ୍ତୋ ଏକ୍ସପ୍ରେସ୍‌ ଟ୍ରେନ୍‌ର ପ୍ରତି କୋଚରେ 4ଟି ଲେଖାଏ ସିସିଟିଭି କ୍ୟାମେରା ଲାଗିବ


2018-19 ସାଧାରଣ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଟ୍ରେନ୍‌ ଏବଂ ଷ୍ଟେଶନରେ ସିସିଟିଭି ବ୍ୟବସ୍ଥା ପାଇଁ ପ୍ରାୟ 3000 କୋଟି ଟଙ୍କା ଅର୍ଥ ଆବଣ୍ଟନ କରିଛନ୍ତି। ରାଜଧାନୀ , ଶତାବ୍ଦୀ,  ଏବଂ ଦୂରୋନ୍ତୋ ଏକ୍ସପ୍ରେସ୍‌ ଟ୍ରେନ୍‌ର ପ୍ରତି କୋଚରେ 4ଟି ଲେଖାଏ ସିସିଟିଭି କ୍ୟାମେରା ଲାଗିବ। ପର୍ଯ୍ୟାୟ କ୍ରମେ ଅନ୍ୟ ଟ୍ରେନ୍‌ଗୁଡିକରେ ମଧ୍ୟ ଏହି ବ୍ୟବସ୍ଥା କରାଯିବ। ଭାରତୀୟ ରେଳ ପକ୍ଷରୁ ଏହା କୁହାଯାଇଛି। ସେହିପରି ଉତ୍ତର ରେଳପଥ ଅନ୍ତର୍ଗତ ଷ୍ଟେଶନଗୁଡିକରେ ଏଥିପାଇଁ ନିର୍ଭୟା ପାଣ୍ଠି ବ୍ୟବହାର କରିପାରିବ ବୋଲି ଏହାର ମହାପ୍ରବନ୍ଧକ ବିଶ୍ୱେଶ ଛୌପେ କହିଛନ୍ତି। 

No comments