Support

Breaking News

ଅଟୋ ଏକ୍ସପୋ ୨୦୧୮। ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପକ୍ଷରୁ ନୂଆ ୧୧ଟି ମଡେଲ୍‌ ଉନ୍ମୋଚନ କରାଯାଇଛି

୧୪ତମ ଅଟୋ ଏକ୍ସପୋ ୨୦୧୮ ଗ୍ରେଟର ନୋଏଡାଠାରେ ଆରମ୍ଭ ହୋଇଥିବା ବେଳେ ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପକ୍ଷରୁ ନୂଆ ୧୧ଟି  ମଡେଲ୍‌ ଉନ୍ମୋଚନ କରାଯାଇଛି । ହୋଣ୍ଡା ପକ୍ଷରୁ ଏହାର 160cc ବିଶିଷ୍ଟ ନୂଆ ମୋଟରସାଇକେଲ X- Blade କୁ ଉନ୍ମୋଚନ କରାଯାଇଛି। ଏହା ସହିତ 6ଟି ସ୍ଥାନୀୟ ମଡେଲ୍‌ ଏବଂ 4ଟି ଅନ୍ତର୍ଜାତିକ ଫନ୍‌ ବାଇକ୍‌ ସମେତ ମୋଟ 10 ଟି 2018ଏଡିସନ୍‌ ମଡେଲ୍‌କୁ ମଧ୍ୟ ଉନ୍ମୋଚନ କରାଯାଇଛି ।

ହୋଣ୍ଡା ଉନ୍ମୋଚନ କରାଯାଇଥିବା ଥିବା ମଡେଲ୍‌ଗୁଡ଼ିକ ହେଉଛି X- Blade ବାଇକ୍‌, Activa 5G ଏବଂ livo, CB shine , ସିବି ସାଇନ୍‌ ଏସ୍‌ପି, ସିବି ହର୍ନେଟ୍‌ ୧୬୦ ଆର୍‌, CBR 250R, CBR 650F. CBR 1000RR, CBR 1000RR SP  ଏବଂ ଗୋଲ୍‌ଡୱିଙ୍ଗ୍‌ର 2018 ଏଡିସନ୍‌।

ଗତବର୍ଷ ବିଶ୍ୱର ୧୨୦ ଟି ରାଷ୍ଟ୍ରରେ ୧୯ ନିୟୁତ ଗାଡ଼ି ବିକ୍ରି କରିଥିବା ବିଶ୍ୱର ବୃହତ କଂପାନି ହୋଣ୍ଡାର ଲକ୍ଷ୍ୟ ବିଷୟରେ ଟାକାହିରୋ ହାଚିଗୋ, ସଭାପତି, ସିଇଓ ,ହୋଣ୍ଡା କହିଛନ୍ତି ଯେ, ‘ଭାରତ ହୋଣ୍ଡା ପାଇଁ ସର୍ବବୃହତ ମୋଟରସାଇକେଲ୍‌ ବଜାର ହୋଇଥିବା ବେଳେ ହୋଣ୍ଡାର ବିଶ୍ୱ ସ୍ତରୀୟ ବିକ୍ରିରେ ଏହା ଏକ ତୃତୀୟାଂଶ ଅବଦାନ ପ୍ରଦାନ କରୁଛି। ବିଶ୍ୱ ସ୍ତରରେ ହୋଣ୍ଡା ଆମର ଭାରତୀୟ ମୋଟର ସାଇକଲ୍‌ କାରବାର ପାଇଁ ଏହାର ପୂର୍ଣ୍ଣ ସହାୟତା ଜାରି ରଖିବ ବୋଲି ସେ କହିଛନ୍ତି ।

ହୋଣ୍ଡାର ବ୍ରାଣ୍ଡ୍‌ ଆମ୍ବାସାଡର ତାପସୀ ପନ୍ନୁ ଏବଂ ଅକ୍ଷୟ କୁମାର ମଧ୍ୟ ଏକ୍ସପୋରେ ଅଂଶଗ୍ରହଣ କରିବେ। ହୋଣ୍ଡାର ମୋଟୋ ଜିପି ବିଜେତା ବାଇକ୍‌ ଆର୍‌ସି ୨୧୩ ଭି ଏବଂ ଇଲେକ୍ଟ୍ରି ଯାନ ପରିକଳ୍ପନା ପିସିଏକ୍ସ ଇଭିକୁ ମଧ୍ୟ ଏକ୍ସପୋରେ ଉନ୍ମୋଚନ କରାଯିବ।

No comments