Support

Breaking News

benefits of listening music | ଗୀତ ଶୁଣିବାର ୭ଟି ଲାଭ

ବହୁତ ଲୋକ ଗୀତ ଶୁଣିବାକୁ ଭଲପାଆନ୍ତି, ଗୀତଟିଏ ଛୋଟିଆ  ହେଲେ ମଧ୍ୟ ତାହା ମଣିଷ ହୃଦୟ ଓ ମନକୁ ସ୍ପର୍ଶ କରିଯାଏ । କର୍ମକ୍ଲାନ୍ତ ମନରେ ନବ ଉତ୍ସାହ ଭରିଥାଏ । ଗୀତ ଓ ସଂଗୀତ ରୋଗ ଭଲ କରିଦେବାର ନଜିର ମଧ୍ୟ ରହିଛି।ସଂଗୀତର ମିଠା ଧୁନରେ ମନରୁ ବିଷାଦ ଦୂର ହୋଇଯାଏ । ଯେଉଁଠି ଡାକ୍ତରଙ୍କ ଡାକ୍ତରୀ ବିଦ୍ୟା ଫେଲ୍ ମାରିଯାଏ ,ସେଠି ସଂଗୀତକୁ ସାଥି କରିବା ପାଇଁ ଡାକ୍ତର ଉପଦେଶ ଦେଇଥାନ୍ତି ।


ଏମିତି ଦେଖାଯାଇଛି ସଂଗୀତ ଅନେକ ଦୁରାରୋଗ୍ୟରୁ ବି ମଣିଷକୁ ଆଶ୍ୱସ୍ତି ପ୍ରଦାନ କରିଛି । ଡାକ୍ତରମାନେ ରୋଗୀକୁ ଧୀର ଓ ମଧୁର ସଂଗୀତ ଶୁଣିବାକୁ କୁହନ୍ତି । ସଂଗୀତର ଏମିତି ଏକ ଅପୂର୍ବ ଅଦୃଶ୍ୟ ଶକ୍ତି ଅଛି । ଯାହା ଆମର ଶିରା ପ୍ରଶିରାକୁ ଶକ୍ତ କରିଥାଏ । ରୋଗ ପ୍ରତିଷେଧକ ଶକ୍ତି ବଢାଇଥାଏ ।

ସଂଗୀତ ସକରାତ୍ମକ ଭାବ ବୃଦ୍ଧି କରେ, ଆମର ଦୈନିକ ଜୀବନରେ ଆମେ ଅନେକ ସୁଖ ଦୁଃଖ ଓ ବାଧା ବିପର୍ତିର ସମ୍ମୁଖୀନ ହୋଇଥାଉ । ବେଳେବେଳେ ମନ ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇଯାଏ । ମନ ଖୋଜେ କାହାର ସ୍ଥିର ସାନିଧ୍ୟ । ସେତେବେଳେ ସଂଗୀତ ହିଁ ମନରେ ସକରାତ୍ମକ ଭାବ ଭରିଥାଏ ।


ସଂଗୀତର ମିଠା ଧୁନରେ ମନରୁ ବିଷାଦ ଦୂର ହୋଇଯାଏ । ନକରାତ୍ମକ ଚିନ୍ତା ମନରୁ ହଟିଯାଏ । ଆମର ଦୈନିକ ଜୀବନକୁ କରେ ଆହ୍ଲାଦିତ । ମନ ହୁଏ ପ୍ରଫୁଲ୍ଲିତ

ସଂଗୀତ ସ୍ମୃତି ଶକ୍ତି ପ୍ରଖର କରେ, ସଂଗୀତ ଏପରି ଏକ ଔଷଧ । ଯାହା ଆମର ସ୍ମୃତି ଶକ୍ତିକୁ ପ୍ରଖର କରିଥାଏ । ମନରୁ ସବୁ ଦୃର୍ବଳତା ଦୂର କରି ମସ୍ତିସ୍କରେ ସୃଜନଶୀଳତାର ଭାବ ସୃଷ୍ଟି କରିଥାଏ । ଏଣୁ ଦେଖାଯାଏ ଅନେକ ପିଲା ସଂଗୀତ ମାଧ୍ୟମରେ ମଧ୍ୟ ପାଠ ପଢାରେ ଉନ୍ନତି କରିଥାନ୍ତି ।

ସଂଗୀତ କର୍ମକ୍ଷେତ୍ରରେ ଉତ୍ସାହ ପ୍ରଦାନ କରିଥାଏ , ଅଧିକ ସମୟ ଧରି ଆମେ କୈଣସି କାର୍ଯ୍ୟ କରୁଥିବା ବେଳେ , ମନରେ ଏକ ଅନିଚ୍ଛା ଭାବ ସୃଷ୍ଟି ହୁଏ । କ୍ଲାନ୍ତ ମନ ବିଶ୍ରାମ ଖୋଜେ । ସେତିକି ବଳେ ସଂଗୀତର କ୍ଷୀଣ ସ୍ୱର ମନରୁ ସବୁ ଶ୍ରମ କ୍ଲାନ୍ତ ଦୂର କରିଥାଏ ।

ସଂଗୀତର ମଧୁର ରାଗିଣୀ ଅନିଦ୍ରା ଦୂର କରିଥାଏ । ଏହା ଔଷଧ ଠାରୁ ଖୁବ୍ ଭଲ କାମ କରିଥାଏ । ସୁନିଦ୍ରା ଦେଇଥାଏ ।

ଯଦି ଆପଣ ମନ କୈଣସି ଏକ ବିଷୟକୁ ନେଇ କିଛି ନିଷ୍ପତି ନେଇପାରୁନାହାନ୍ତି । ସଂଗୀତ ସେଠି ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ପ୍ରାଣରେ ନୂଆ କିଛି କରିବାର ଜିଜ୍ଞାସା ତିଆରି କରେ । ଆମେ ଯେଉଁଠି ଯେଉଁ ପରିସ୍ଥିତିରେ ଥାଉନା କାହିଁକି । ସଂଗୀତର ଉପସ୍ଥିତି ସବୁବେଳେ ଥାଏ । ସ୍ଥାନ କାଳ ପାତ୍ରରେ ସଂଗୀତ ବହୁତ ଉପକାରରେ ଆସିଥାଏ ।

1 comment:

  1. casino, poker room, blackjack, bingo
    casino, poker https://vannienailor4166blog.blogspot.com/ room, blackjack, https://septcasino.com/review/merit-casino/ bingo room, blackjack, https://deccasino.com/review/merit-casino/ bingo room, poker room, poker room, poker room, 바카라 사이트 poker room, poker room, poker room,

    ReplyDelete