Support

Breaking News

Airtel’s New data plan Rs 349, Rs 549

ଟେଲିକମ୍ ସେକ୍ଟରରେ ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରତିଦ୍ବନ୍ଦିତା ମଧ୍ୟରେ Airtel, jio, bsnl, idea Vodafone ଭଲି କମ୍ପାନୀମାନେ ନିଜ ନିଜ ସ୍ଥାନ ବଳବତ୍ତର ରଖିବା ପାଇଁ ନୂଆ ନୂଆ ଅଫର୍ ସବୁ ଲଞ୍ଚ କରୁଛନ୍ତି। Airtel ନିଜର ସ୍ଥିତି ବଜାୟ ରଖିବା ପାଇଁ  କିଛି ନା କିଛି ଶସ୍ତା ପ୍ଲାନ ଲଂଚ କରିବାରେ ଲାଗିଛି । ଏହା ମଧ୍ୟରେ ଏୟାରଟେଲ ନିଜର 549ଟଙ୍କିଆ ଏବଂ 349ଟଙ୍କିଆ ପ୍ରିପେଡ୍ ପ୍ଲାନରେ ଏକ ବଡ ଧରଣର ପରିବର୍ତ୍ତନ କରିଛି । ଯେଉଁଥିରେ ୟୁଜର୍ସଙ୍କୁ ଅଧିକ ଡାଟାର ସୁବିଧା ମିଳିବ । ତେବେ ଜିଓକୁ ଟକ୍କର ଦେବା ପାଇଁ କଂପାନୀ ଏଭଳି କରିଥିବା ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି ।
Rs. 448 for 70 Days , 70 gb data unlimited calling, Airtel’s Rs 349, Rs 549 recharge offers now give 2GB, 3GB daily data
Rs. 448 for 70 Days , 70 gb data unlimited calling

ଏବେ ଆସନ୍ତୁ ନଜର ପକାନ୍ତୁ ଏୟାରଟେଲର 549 ଏବଂ 349ଟଙ୍କିଆ ରିଚାର୍ଜ ପ୍ଲାନରେ ଏବେ କଣ କଣ ଅଫର ରହିଛି।

୫୪୯ ଟଙ୍କିଆ ପ୍ଲାନ
ପୂର୍ବରୁ ଏହି ପ୍ୟାକରେ ୨.୫ଜିବି ଡାଟା unlimited calling  ମିଳୁଥିଲା ବେଳେ, ବର୍ତ୍ତମାନ ଏୟାରଟେଲର ଏହି ପ୍ୟାକରେ ମିଳୁଛି ପ୍ରତିଦିନ ହିସାବରେ ୩ଜିବି ଡାଟା । ଯାହାର ବୈଧତା ରହିଛି ୨୮ ଦିନ । ଏହି ପ୍ଲାନରେ ଅସୀମ କଲିଂ ସହିତ ପ୍ରତିଦିନ ୧୦୦ଟି ଲୋକାଲ ଏବଂ ନ୍ୟାସନାଲ ଏସଏମଏସର ସୁବିଧା ।


୩୪୯ ଟଙ୍କିଆ ରିଚାର୍ଜ ପ୍ଲାନ
ଏୟାରଟେଲ ୨ଜିବି ମୋବାଇଲ ଡାଟା ପ୍ରତିଦିନ ଅଫର କରୁଛି । ଯାହାର ବୈଧତା ରହିଛି ୨୮ ଦିନ । ତେବେ ଏହି ୩୪୯ ଟଙ୍କିଆ ପ୍ଲାନରେ ରହିଛି ଅସୀମ ଲୋକାଲ ଏବଂ ଏସଟିଡି କଲର ସୁବିଧା । ଏଥିସହିତ ଅସୀମ ରୋମିଂ ଇନକମିଂ ଏବଂ ଆଉଟଗୋଇଂ କଲ ଏବଂ ୧୦୦ଟି ଲୋକାଲ ଏବଂ ନ୍ୟାସନାଲ ଏସଏମଏସ ପ୍ରତିଦିନ ବାବଦକୁ ରହିଛି । ଏହାପୂର୍ବରୁ କଂପାନୀ ୩୪୯ ଟଙ୍କାରେ ପ୍ରତିଦିନ ହିସାବରେ ୧.୫ଜିବି ଡାଟା ସହିତ ଅନ୍ୟ ବେନିଫିଟ୍ସ ମଧ୍ୟ ମିଳୁଥିଲା ।


Airtel 4G Jio 4G Wifi Hotspot Latest (2g/3g/4g All Network) (Usb Wired+Wifi)

୪୪୮ ଟଙ୍କିଆ ପ୍ଲାନ

ଏୟାରଟେଲର ୪୪୮ ଟଙ୍କିଆ ରିଚାର୍ଜ ପ୍ଲାନରେ ମଧ୍ୟ ଜବରଦସ୍ତ ଅଫର ଦେଉଛି । ଯାହାର ବୈଧତା ରହିଛି ୭୦ ଦିନ । ୪୪୮ ଟଙ୍କିଆ ପ୍ଲାନ ଆଧାରରେ ଲୋକାଲ ଏବଂ ଏସଟିଡି କଲ ସମେତ ପ୍ରତିଦିନ ବାବଦକୁ ୧ ଜିବି ଡାଟା ମିଳିବ ।

No comments