Support

Breaking News

Aadhaar-PAN card linking deadline extended to March 31, 2018 |ମାର୍ଚ୍ଚ ୩୧, ୨୦୧୮ ପ୍ୟାନ୍ ଆଧାର ଲିଙ୍କର ଡେଡଲାଇନ୍‌ ଘୁଞ୍ଚିଲା | Odia Tech |

ଆଧାର ଲିଙ୍କର ଡେଡଲାଇନ୍‌ ଘୁଞ୍ଚିଲା। ସରକାର ଆଧାର ଲିଙ୍କ୍‌ର ଶେଷ ତାରିଖ ଡିସେମ୍ବର ୩୧କୁ ଧାର୍ଯ୍ୟ କରିଥିଲେ ମଧ୍ୟ ଗ୍ରାହକ ଏବଂ କରଦାତାଙ୍କ ଦାବିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଧାର ଏବଂ ପ୍ୟାନ୍‌ ନମ୍ବର ଲିଙ୍କ୍‌ର ଶେଷ ତାରିଖକୁ ୩ ମାସ ବଢ଼ାଇ ଦେଇଛନ୍ତି।  ମାର୍ଚ୍ଚ ୩୧, ୨୦୧୮ ତାରିଖ ସୁଦ୍ଧା କରଦାତା ଏବଂ ସମସ୍ତ ଗ୍ରାହକ ବ୍ୟାଙ୍କ୍‌ ଆକାଉଣ୍ଟରେ ଆଧାର ଏବଂ ପ୍ୟାନ୍‌ କାର୍ଡ ସଂଯୋଗ କରିବାକୁ କୁହାଯାଇଛି।
Aadhaar-PAN card linking deadline extended to March 31, 2018


କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଆଧାର ଲିଙ୍କ୍‌ ପାଇଁ ସରକାର ଯେଉଁ ଅବଧି ରଖିଥିଲେ ସେହି ସମୟ ଭିତରେ ଦେଶର ବହୁ କରଦାତା ସେମାନଙ୍କ ଆଧାର ଲିଙ୍କ୍‌ ସଂଯୋଗ କରି ନାହାନ୍ତି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଆଧାର ଲିଙ୍କ୍‌ ଅବଧିକୁ ବଢ଼ାଇଛନ୍ତି।

Income Tax ଧାରା ୧୩୯ Aa ଅନୁଯାୟୀ ସମସ୍ତ ଗ୍ରାହକ ନିଜ ପ୍ୟାନ୍ ନମ୍ବର ଏବଂ ଆଧାର ନମ୍ବର ଲିଙ୍କ୍ କରିବାକୁ ବାଧ୍ୟତାମୂଳକ କରିଥିଲେ। ପ୍ରଥମେ ୨୦୧୭ ଅଗଷ୍ଟ ୩୧କୁ ଡେଡଲାଇନ୍ ରଖାଯାଇଥିଲା। ହେଲେ ଆଧାର ଲିଙ୍କ୍ ପ୍ରକ୍ରିୟାରେ ଅସୁବିଧା ଉପୁଜିବା ଯୋଗୁ କେନ୍ଦ୍ର ସରକାର ଡିସେମ୍ବର ୩୧କୁ ଅବଧି ବୃଦ୍ଧି କରିଥିଲେ।

No comments