Support

Breaking News

Call, Internet on domestic flights | ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏବେ ଯାତ୍ରା ସମୟରେ ଆପଣ ପାଇବେ, calling, message, whatsapp  ଏବଂ email ସୁବିଧା।ଏୟାର ଇଣ୍ଡିଆ ବିମାନଯାତ୍ରା ସମୟରେ ହ୍ଵାଟସ୍‌ ଆପ, କଲିଙ୍ଗ, ମେସେଜ ଏବଂ ଇମେଲ ସୁବିଧା ଯୋଗାଇଦେବ ।

ବିମାନରେ ଇଣ୍ଟେରନେଟ ସୁବିଧା ଯୋଗାଇବା ପାଇଁ ଏୟାରଇଣ୍ଡିଆର ସେୟାରହୋଲ୍ଡରର୍ସ ରାଜି ହୋଇସାରିଲେଣି। ବିମାନ ଚଳାଚଳ ମନ୍ତ୍ରାଳୟ ମଧ୍ୟ ବିମାନ ଯାତ୍ରା ସମୟରେ ଇଣ୍ଟେରନେଟ ସୁବିଧା ଯୋଗାଇବା ପାଇଁ ରାଜି ହୋଇଯାଇଛି। ତେବେ ଉଡ଼ାଣ ସମୟରେ ଯାତ୍ରୀ ଇଣ୍ଟରନେଟ କେତେ ବ୍ୟବହାର କରିବେ ଏହାର ସଂପୂର୍ଣ୍ଣ ସୂଚନା ବିମାନ ଅଧିକାରୀଙ୍କ ପାଖରେ ରହିବ।

ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ଠାରେ ହୋଇଥିବା ଇନ-ଫ୍ଲାଇଟ୍‌ କନେକଟିଭିଟି (ଆଇଏଫସି) ବୈଠକରେ ବିମାନରେ ଇଣ୍ଟେରନେଟ ସୁବିଧା ନେଇ ଚର୍ଚ୍ଚା କରାଯାଇଥିଲା,ଟ୍ରାଇର ଅଧକ୍ଷ ଆର ଏସ ଶର୍ମା କହିଥିଲେ ବିମାନରେ ଇଣ୍ଟେରନେଟ ସୁବିଧାର ନିୟମ ଉଭୟ ଘରୋଇ ଏବଂ ବିଦେଶୀ ବିମାନ ପାଇଁ ସମାନ ରହିବ । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କୌଣସି ଏୟାରଲାଇନ୍ସ ବିମାନ ଯାତ୍ରା ସମୟରେ ଇଣ୍ଟରନେଟ ବା ମୋବାଇଲ ସୁବିଧା ଯୋଗାଉନାହିଁ। “ବିମାନ ଯାତ୍ରା ସମୟରେ ଇଣ୍ଟରନେଟ ସୁବିଧା ଯୋଗାଇବାରେ କୌଣସି ଅସୁବିଧା ଦେଖାଯାଉନାହିଁ । ପୂର୍ବରୁ ମଧ୍ୟ ପ୍ରାୟ ୭୦ ବିଦେଶୀ ଏୟାରଲାଇନ୍ସ ବିମାନ ଉଡ଼ାଣ ସମୟରେ WiFi ସୁବିଧା ଯୋଗାଇଥିବା ବେଳେ ୩୦ଟି ଏୟାରଲାଇନ୍ସ ମୋବାଇଲ ବ୍ୟବହାରରର ସୁବିଧା ଯୋଗାଉଛନ୍ତି।

ଅନେକ ଅନ୍ତଃରାଷ୍ଟ୍ରୀୟ କମ୍ପାନି ରହିଛି ଯାହା ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କୁ ଇଣ୍ଟେରନେଟର ସୁବିଧା ଯୋଗାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ଆମେ ବହୁ ଶୀଘ୍ର ଇନ-ଫ୍ଲାଇଟ କନେକଟିଭିଟିକୁ ନେଇ ଚର୍ଚ୍ଚାକୁ ସାର୍ବଜନୀନ କରିବୁ ବୋଲି କହିଥିଲେ ଟ୍ରାଇ ଅଧକ୍ଷ । ବିମାନରେ ଇଣ୍ଟେରନେଟ ବ୍ୟବହାର ପାଇଁ ଏୟାରଟେଲ ଏବଂ ଭୋଡ଼ାଫୋନ ‘ଏୟାର ଟୁ ଗ୍ରାଉଣ୍ଡ' Air to Ground (ଏଟୁଜି) ସେବା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ଦୁଇ କମ୍ପାନି ଏଟୁଜି ସେବା ଦାମୀକା ସାଟେଲାଇଟ ସେବା ଅପେକ୍ଷା ଭଲ କହିଥିବା ବେଳେ ଜିଓ ଏଲଟିଇ ଏବଂ ସାଟେଲାଇଟ ସେବା ଭଲ ବୋଲି ପ୍ରସ୍ତାବ ଦେଇଥିଲା ।

No comments